Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nrusingha Narayan Tripathy

Classics Others

4  

Nrusingha Narayan Tripathy

Classics Others

ଉଜୁଡା ମନର ଗୀତ

ଉଜୁଡା ମନର ଗୀତ

1 min
354



ସକାଳ ସଞ୍ଜରେ କରୁଛି ପ୍ରାର୍ଥନା

ଦୟାର ଈଶ୍ୱର ଶୁଣେନି ବେଦନା

ଉଜୁଡା ମନରେ ଅନେକ ଭାବନା

ପ୍ରକାଶେ କବିତା ପାଇଁକି ସାନ୍ତ୍ୱନା l


ମନର ମୟୂରୀ ସୁନ୍ଦର ତରୁଣୀ

ଆସିଲା ସମ୍ପର୍କେ କୋମଳ ନୟନୀ

ମନକୁ ମୋହିଲା ମଧୁର ଭାଷିନୀ 

ନିଦ୍ରାକୁ ଭାଙ୍ଗିଲା ସାରସ ଗମନୀ l


ଶୟନେ ସପନେ ପ୍ରତ୍ୟେକ ସମୟେ 

ବିଦାରି ପ୍ରବେଶେ ମୋହରି ହୃଦୟେ 

ଅତୀବ ନିଜର ଲାଗଇ ସୁନ୍ଦର

ଦର୍ଶନେ ତାହାକୁ ହୁଅଇ ଆତୁର l


ପ୍ରେମର ଫାଶରେ ଅତୁଟ ବନ୍ଧନେ

ସ୍ମୃତିର ସ୍ମାରକୀ ନିଇତି ବହନେ

ଜୀବନ ଯନ୍ତ୍ରଣା କଥାଯେ ସତ୍ୟର

ବିରହ ଆବେଗ ଅପେକ୍ଷା କଷ୍ଟର l


ଅଦିନ ଝଡ଼ରେ ହଜିଲା ସପନ 

ଭାଙ୍ଗିଲା ସମ୍ପର୍କ ଉଜୁଡେ ଜୀବନ

ହେଲାସେ କାହାର ବଞ୍ଚାଇ ଇଜ୍ଜତ

ତମସା ଘେରରେ କଟିଲା ଅତୀତ ।


ଏବେବି ଝୁରୁଛି ସାଉଁଟେ ସ୍ମୃତିକୁ

ଭାବନା ଆସୁଛି ଗାଇକି ଗୀତକୁ

ଉଜୁଡା ମନରେ ସାହସ ଭରୁଛି  

ଜିଇଁବା ପାଇଁକି ପ୍ରେରଣା ଦେଉଛି l


Rate this content
Log in

Similar oriya poem from Classics