STORYMIRROR

Baikunth Bihari Swain

Classics

4  

Baikunth Bihari Swain

Classics

ବସନ୍ତ ଆସିଛି

ବସନ୍ତ ଆସିଛି

1 min
207


ରସାଳୟେ ଡାକେ ପିକ

କ୍ରମେ ଅଧୂମାସ ପ୍ରବେଶ ଦେଖ,ରେ

ମହି ସୌନ୍ଦର୍ଯ୍ୟ ଜନେ ନିରେଖା, ଗୋବିନ୍ଦ ରେ।


ମୃଦୁ ମଳୟ ବହଇ

ଜନ ମାନସ କୁ ତୃପ୍ତ କରଇ,ରେ

ବ୍ୟାଧି ପଥି ସମ ଯେ ଲାଗଇ, ଗୋବିନ୍ଦ ରେ।


ଶୋହେ କିଶଳୟ ପତି

ପାଦପ ଧରିଛି ରଙ୍ଗଣୀ ଛତି,ରେ

ନା ନା କୁସୁମ ହରଇ ମତି, ଗୋବିନ୍ଦ ରେ।

         

ଯୁଇ ଜାଇ ମଲ୍ଲି ହେନା

କିଂଶୁକ ଅଶୋକ ସେ ଛୁରୀଅନା,ରେ

କାନ୍ତ କାନ୍ତା ହୁଏ ଆନ ମନା, ଗୋବିନ୍ଦ ରେ।


ଦୋଳି ରେ ଦୋଳ ଗୋବିନ୍ଦ

ଦୋଳି ଖେଳୁଛନ୍ତି ପରମା ନନ୍ଦ,ରେ

ଦେଖି ମନ ହୁଅଇ ଆନନ୍ଦ,ଗୋବିନ୍ଦ ରେ।


ବିମାନ ସଜା ହୋଇଛି

ପୁଷ୍ପ ତ୍ୱରଣରେ ଶୋଭା ଦିଶୁଛି,ରେ

ପଟୁଆର ଆଗକୁ ଚାଲିଛି, ଗୋବିନ୍ଦ ରେ।


ଅଗଣା ଲିପା ହୋଇବ

ଚାଚେରୀ ବୁଲିଣ ପାସେ ଆସିବ,ରେ

ଭୋଗ ନୈବେଦ୍ୟ ଅର୍ପଣ ହେବ,ଗୋବିନ୍ଦ ରେ।


ସକଳେ ହୋଇବେ ମେଳ

ଦେଖିବେ ଗୋପାଳ ଲଉଡି ଖେଳ,ରେ

ଭାବେ ଭକତ ହୋଇବେ ଭୋଳ, ଗୋବିନ୍ଦ ରେ।


ରାଧା ମାଧବ ଦର୍ଶନ

ସକଳ ପାପ ହୋଇବ ନାଶନ,ରେ

ପ୍ରାଣୀ ନ ଲଭିବ ପୁନର୍ଜନ୍ମ, ଗୋବିନ୍ଦ ରେ।


ଆବିର ଖେଳ ହୋଇବ

ରାସ ମାଉତ୍ସବେ ଦାଣ୍ଡ କମ୍ପିବ,ରେ

ନାମ ସଙ୍କୀର୍ତ୍ତନ ଚାଲୁଥିବ, ଗୋବନ୍ଦ ରେ।


ରଙ୍ଗର ପସରା ମେଲି

ଭେଦା ଭେଦ ଭାବ ମନରୁ ଭୁଲି,ରେ 

ରଙ୍ଗ ଖେଳି ହୋଇଯିବା ନାଲି,ଗୋବିନ୍ଦ ରେ।


ସଂସାର କୁ ବାର୍ତ୍ତା ଦେବା

ଭାଇଚାରା ଭାବ ମନେ ବହିବା,ରେ             

ଈର୍ଷା ଦ୍ୱେଷ ମନରୁ ପୋଛିବା, ଗୋବିନ୍ଦ ରେ।


Rate this content
Log in

Similar oriya poem from Classics