STORYMIRROR

Baikunth Bihari Swain

Classics

4  

Baikunth Bihari Swain

Classics

ଅସହ୍ୟ ନିଦାଘ

ଅସହ୍ୟ ନିଦାଘ

1 min
405


ଅସହ୍ୟ ନିଦାଘ

ବେଳୁ ବେଳ ହୁଏ ବୃଦ୍ଧି

ସନ୍ତପ୍ତ ପ୍ରାଣୀ ପାଦପ।

ଶୁଷ୍କ ଜଳାଶୟ ଖୋଜେ

ଜଳ ର ସାନିଧ୍ୟ।

କୋପେ ଯେଣୁ ଭାନୁ କର

ହୋଇଥାଏ ତୀବ୍ରତର

ଭୟ ପାଇ ଲୁଚେ କି ଅନିଳ

ନ ପାଇ ସଲିଳ।

କୋପ ହୋଇ ସୁରପତି

ଆଡ କଲେ ଦୃଷ୍ଟି

ସିକ୍ତ ହେବ ନାହିଁ ଧରା

ହେବ ନାହିଁ ବୃଷ୍ଟି ।

ରେ ମାନବ ରେ ବର୍ବର

ନିଜେ ପିଟୁ ନିଜ ମୁଣ୍ଡେ ଯଷ୍ଟି

ଅହଙ୍କାର ମତ ହୋଇ

କାଞ୍ଚନ କାନନ କାଟି।

ସ୍ଥାବର ଜଙ୍ଗମ ଆଦି

କୀଟ ତରୁ ଲତା

ଖୋଳି ମାରି ଗଢ଼ୁ ନବ

ଉଚ୍ଚ ଅଟ୍ଟାଳିକା।

ଦିନୁ ଦିନ ବଢେ ତାତି                                          ସର୍ବେ ଅସହାୟ

ନିଶ୍ଚେ ତୋର ଘଟିବ ବିଲୟ।

ହେ ଇଶ୍ଵର ଦୂତ!

ନିମ୍ନେ ଦେଖି ଯାଅ ସଙ୍କି

ଖୋଜ ସେ ଜରତା

ଦେବ ସେତ ନୂତନ ବାରତା।

ଆସିବେ ଯେ ଋଷ୍ୟଶୃଙ୍ଘ

ଗଗନେ ଦିଶିବ ମେଘ ମହ୍ଳାର

ଇନ୍ଦ୍ର ଆଣ୍ଟ ହେବ ଭଙ୍ଗ ।

ବାଣ୍ଟି ଦେବେ ମୃତ୍ୟୁ ସଂଜୀବନୀ

ସଚରାଚର ଧାରାରେ।

ନିଜକୁ ଧନ୍ୟ ମଣିବୁ

ଏ ଧରା ଧାମରେ।

    

  

           

          



Rate this content
Log in

Similar oriya poem from Classics