STORYMIRROR

Bipina Pradhan

Abstract Classics Others

4  

Bipina Pradhan

Abstract Classics Others

ବାପା ୨

ବାପା ୨

1 min
402

ସୃଷ୍ଟିର କରତା ପରମ ବ୍ରହ୍ମ ସେ

ମୋ ସୃଷ୍ଟି କରତା ମୋ ବାପା  ।।


ବାପାର ଶବଦ ଏ ଦୁନିଆରେ ବଡ଼

ଜାଣି ଥାଉ ସର୍ବେ  ଜନେ  ।।


ବାପାର ଅର୍ଥ ବାୟୁ ଓ ପାଣି

ଯାହା ଜୀବ ପାଇଁ ଅତ୍ୟା ବସ୍ୟକ୍  ।।


ତାଙ୍କ ହାତ ଗଢା ଏ ମୋ ଶରୀର

ହାଡ଼, ରକ୍ତ, ମାଂସ ହୋଇଛି ପୂର୍ଣ୍ଣ  ।।


ସର୍ବ ମାନବର ପ୍ରଥମ ଗୁରୁ ସେ

ଦିଅନ୍ତି ବିଦ୍ୟା ନୀତି ଆଦି ଶିକ୍ଷା  ।।


ଦୁଃଖ କଷ୍ଟ ପରିଶ୍ରମ ରଖି ଛତି ତଳେ

ଦିଅନ୍ତି ମୋ  ମୁଖେ ହସ  ।।


ବାପା ଥିଲେ ପୁଅ ନ ହାରେ ସଭାରେ 

ହୁଏ  ସେ  ଜଗତ ଜିତା  ।।


ବାପା ବାପା ହୋଇ ପୂଜିବି ମୁଁ ନୀତି 

ଭକ୍ତି ପ୍ରେମ ଶ୍ରଦ୍ଧା ଦେଇ  ।।


ଚଳନ୍ତି ଦେବତା ମୋ ଛୋଟ ଦେଉଳେ

ବ୍ରହ୍ମା ବିଷ୍ଣୁ ଶଙ୍କର ଠୁ ବଳି  ।।



Rate this content
Log in

Similar oriya poem from Abstract