ହୋଲି
ହୋଲି
ଶୀତର ଅତେ ଆସିଛି ବସନ୍ତ
ନୂଆ ରୂପେ ସଜ ହୋଇ
ଧରାକୁ ସଜେଇ ନୂଆ ରୂପ ଦେଇ ,
ରଙ୍ଗ ଅବିର ଦେଇଛି ଢାଳି ।
ଫଗୁଣ ମାସର ଶେଷ ପାଞ୍ଚ ଦିନ
ଦୋଳ ପୂର୍ଣ୍ଣିମା ସଙ୍ଗେ ହୋଲି ପରବ
ଗାଁ ଓ ସହର ହୁଏ ସଜବାଜ ,
ଗୋମଳ ,ରଙ୍ଗ ମାଟି ଜଳରେ ହୁଏ ପବିତ୍ର ।
ଦୋଳ ବିମାନରେ ଶ୍ରୀରାଧା ଗୋବିନ୍ଦ
ଛତି ତରାଶ ନେଇ ଆସନ୍ତି ଭକ୍ତ
ଖୋଳ ଝାଂଜ ଶବଦେ କମ୍ପଇ ମହି ,
ହରି ନାମ ତା ସଙ୍ଗେ ଥାଇ ।
ନାନା ନୃତ୍ୟ ଭେଶ୍ ରୂପକୁ ଧରି
ଫଗୁ ଅବିର ହୁଅନ୍ତି ବୋଲି
ଶ୍ରୀ ପୟରେ ଯେବେ ଲାଗିବ ଫଗୁ ,
କି ସୁନ୍ଦର ଦିଶିବେ ମୁରଲୀ ଧାରୀ ।
ନାଟ ଯାତରା ମେଳା ପସରା
ଗାଁକୁ ଆସି ବଢାନ୍ତି ଶୋଭା
ବନ୍ଧୁ ବାନ୍ଧବ ଆଦି ଦୂର କୁଣିଆ ,
ଉପଭୋଗ କରନ୍ତି ହୋଲି ଯାତରା ।
