ବାପା
ବାପା
ପିତା ଧର୍ମ ପିତା ସ୍ବର୍ଗ ,
ପିତା ହିଁ ପରମ ତପ ।
ପିତରି ପ୍ରିତିମା ପର୍ନେ ,
ପ୍ରୀୟତି ସର୍ବ ଦେବତା ।।
ମଣିଷ ଶରୀର ପଞ୍ଚ ତତ୍ତ୍ୱ ଗଢା ।
ଜଳ ଆକାଶ ବାୟୁ ମାଟି ଅଂଗ୍ନି ତଥା ।।
ଏ ପଞ୍ଚ ତତ୍ତ୍ଵରେ ଗଢା ସର୍ବ ପ୍ରାଣୀ ।
ପ୍ରାଣୀ ମଧ୍ୟେ ଶ୍ରେଷ୍ଠ ଆମ୍ଭ ବାପା ।।
ଜୀବନ ଦାତା ସେ ଅଟନ୍ତି ଆମ୍ଭର ।
ସର୍ବ ଦେବା ଦେବୀଙ୍କ ଠାରୁ ବଡି ।।
ହାତ ଧରି ସେ ଚଳାଇ ଶିଖାନ୍ତି ।
ଦିଅନ୍ତି ସଂସ୍କାର ଧର୍ମ ଆଦି ନୀତି ।।
ଛାଇ ଟିଏ ପରି ରହିଥାନ୍ତି ନୀତି ।
ହୋଇ ସେ ପହରି ଟିଏ ।।
ଡର ଭୟ ଦୁଃଖ ନାହିଁ ମୋ ମନରେ ।
ଦିଅନ୍ତି ସେ ହସ ଖୁସି ଭାରି ।।
ମନ ପ୍ରାଣ ଦେଇ ପୂଜାରେ ମାନବ ।
ସେ ଅଟେ ଚଳନ୍ତି ଦେବତା ।।
ବାପା ଶଦ୍ଧ ହଜିଗଲେରେ ମାନବ ।
ନ ହୋଇବେ ତୋର କେହି ସାହା ।।
