ମୋ ଗାଁ ୩
ମୋ ଗାଁ ୩
ମୋ ଗାଁ ୩
ମୋ ଗାଁର ନାଁ , ମୋ ଗାଁର ଚିତ୍ର
ଆଖି ଆଗରେ ଝୁଲୁଛି ।
କଳା ସଂସ୍କୃତି ଏଠି ଧୂଳିରେ ମିଶିଛି
ପରମ୍ପରା ଟି ହାତ ଠାରି ଡାକୁଛି ।
ଆଜି ବି ମୋ ଗାଁଟି ହସୁଛି....(୨)
ପୂଜା ପରବତ ଡିଜେ ସାଉଣ୍ଡରେ ଚାଲିଛି
ପକେଟ୍ ରେ ହୁସିକୀ ବିଅର୍ ରହିଛି ।
ଗାଁ ଦାଣ୍ଡ ଧୂଳି ଉଡୁଛି
ବାଦ ବିବାଦରେ ପରମ୍ପରାଟି ଲୁଚି ରହିଛି ।
ଆଜି ବି ମୋ ଗାଁଟି ହସୁଛି ....(୨)
ଗାଁ ର ବିକାଶ ଚୂଲିକି ଗଲାଣି
ରାସ୍ତା ଘାଟ ଆ କଲାଣି ।
ରାଜ ନେତା ନିଜ ସ୍ବାର୍ଥ ପାଇଁ ଏଠି
ଦଳ ବଦଳ କରି ଚାଲିଛି ।
ଆଜି ବି ମୋ ଗାଁଟି ହସୁଛି ....(୨)
ହୋଲି , ଜନ୍ତାଲ୍,କାର୍ତ୍ତିକ ପୂର୍ଣ୍ଣିମା
ମଜୁରିଆ ଙ୍କ ଦ୍ଵାରା ଚାଲିଛି ।
ଭେଣ୍ଡା ପୁଅ ଏଠି ଘରୁ ବାହାରୁନି
ପକେଟ୍ ରେ ମୋବାଇଲ ବାଜୁଛି ।
ଆଜି ବି ମୋ ଗାଁଟି ହସୁଛି....(୨)
ଗାଈର ରବରେ ହେଉନି ସକାଳ
ଛେଳିର ମେ ରାବ ଶୁଭୁଛି ।
ଛକର ସେ ମୁହଁରେ ପକେଟ୍ ଖୋଲି କି
ମୁଁହ ହାତ ଧୁଆ ଚାଲିଛି ।
ଆଜି ବି ମୋ ଗାଁଟି ହସୁଛି...(୨)
ଯେତେ ଯାହା ହେଉ ନୀତି ଅନୀତି
ମା ବୁଢୀ ଠାକୁରାଣୀ ଦେଖୁଛି ।
ଉଚିତ୍ ସମୟରେ ଉଚିତ୍ ପାହାର ହେବ
ମା ଉପରେ ଭରସା ରହିଛି ।
ଆଜି ବି ମୋ ଗାଁଟି ହସୁଛି....(୩)
