STORYMIRROR

Bipina Pradhan

Abstract Others

4  

Bipina Pradhan

Abstract Others

ମୋ ଗାଁ

ମୋ ଗାଁ

1 min
321

ଜନନୀ ଜନ୍ମଭୂମି     ମୋ ପ୍ରିୟ ମାତୃଭୂମି

   ସ୍ନେହ ପ୍ରେମ ମମତାରେ ଧରିଛି ତୋଳି

     କୋଳରେ ତା'ର ସ୍ବର୍ଗ ସୁଖ

      ଦେଇଛି ମୋତେ ଢାଳି 

ସେହି ମୋ ପ୍ରିୟ   ନୂଆଗଡ ମାତୃଭୂମି ।।


ସ୍ୱଚ୍ଛ ନିର୍ମଳ ତା'    ପାଣି ଓ ପବନ

    ନୀତି ମୋ  ଦେହେ ଲାଗେ

   ମାଟି କାଦୂୟେ ତାର ରହିଛି ଶକ୍ତି

     କୃଷକ ଭାଇର ପ୍ରିୟ ତ ସେହି

     ସବୁଜ ଭରା  ବଣ ଜଙ୍ଗଲ

     ଉଗଇ ଫସଲ  ଭଳି କି ଭଳି

  ସେହି ମୋ ଗାଁ    ନୂଆଗଡ ଜନ୍ମଭୂମି ।।


 ବାରମାସେ ତେର    ଯାନୀ ଯାତରା

  ହୋଲି ଜାଗର ତା  ମୁଖ୍ୟ ପରବ

   ଭାଇ ବନ୍ଧୁ ଭାବେ ହୁଏ ପାଳନ

 ହସୁ ମୋ ନୂଆଗଡ  ନ ରହୁ ଦୁଃଖ

କୃପା କରିଥାନ୍ତି    ଜଗତର ନାଥ ଜଗନ୍ନାଥ ।।


Rate this content
Log in

Similar oriya poem from Abstract