ମୋ ଗାଁ
ମୋ ଗାଁ


ରାଇଜ ରାଜ ପଥ ,
ଶାଖାରେ ତୋର ସ୍ଥାନ ।
ଲମ୍ବା ସଡ଼କେ ଯିବାକୁ ହୁଏ ,
ଦେଖି ତୋ ସବୁଜ ବିଲ ଓ ବଣ ।।୧
ପୂରୁବେ ଅଟେ ବିଦ୍ୟାଳୟ ,
ପଶ୍ଚିମରେ ବାବା ଗୁପ୍ତେଶ୍ୱର ।
ଉତ୍ତରରେ ରହିଛି ମା ପାଦୁକେଇ ,
ଦକ୍ଷିଣରେ ବାବା ବାଲୁଙ୍କେଶ୍ୱର ।।୨
ମଧ୍ୟ ଭାଗେ ରାଧା, ନିତ୍ୟାଇ ଗୌର ,
କୋଠ ଘର ସଙ୍ଗେ ମେଳା ମଣ୍ଡପ ।
ଚୁଆ, ମଶାଣି ମୁଖ୍ୟ କେନାଲ ,
ଖେଳ ପଡିଆ ଅଟେ ମାଳି ପଦର ।।୩
ବନ୍ଧ, କେନାଲ, ବିଲ ପାହାଡ ବଣ ,
ମୋ ଜନ୍ମ ଭୂମିର କେତେ ସନ୍ତାନ ।
ପୁନେଇ ପରବ ଯାନୀ ଜନ୍ତାଳ ,
ଭାଇଚାରା ସଙ୍ଗେ ହୁଏ ପାଳନ ।।୪
ମୋ ଗାଁ ଅଟେ କୃଷି ପ୍ରାଧାନ୍ୟ ,
ଧାନ, କାଜୁ ,
ଆମ୍ବ ହୁଏ ପ୍ରବଳ ।
ପନିପରିବା ସଙ୍ଗେ ଚିନାବାଦାମ ,
ପାଞ୍ଚ ପଇସା ମିଳାଇ ତାଙ୍କୁ ।।୫
ଗୋରୁ , ଗାଈ , ମଇସି ଛେଳି ପାଳନ ,
କ୍ଷୀର , ଘିଅ , ମହୁ ନାହିଁ ଅଭାବ ।
କାଉ , କୁକୁରର ରାବେ ହୁଏ ସକାଳ ,
ହରି ନାମ ହୁଏ ସନ୍ଧ୍ୟା ଭଜନ ।।୬
ମୋ ଗାଁ ମାଟିରେ ରହିଛି ଶକ୍ତି ,
ଜନମି ଅଛି ଏଠି ଦଣ୍ଡିଆ ପାଣି ।
ବାଦ୍ୟ ଗୁରୁ ଭାବେ ଗଣପତି ସାର୍ ,
ଚୀର ସ୍ମରଣୀୟ ଆମ ପୁନେଇ ମାଷ୍ଟ୍ରେ ।।୭
କେତେ କେତେ ମହାପୁରୁଷ ଏଠି ,
ଯାଇଛନ୍ତି ତାଙ୍କ କ୍ରୀତୀ ପରଷି ।
ବୀର ଜାତି ଏଠି ବିର ପୁରୁଷ ,
ଜନ୍ମି ଥାଆନ୍ତି ଏଠି ଥରକୁ ଥର ।।୮
ଏହି ଗାଁ ରେ ଜନମ ମୋର ,
ଗାଁ ନୁହେଁ ତ ସତେ ସରଗ ପୁର ।
ଗାଁ କୁ ଦେବି ମୁଁ ବହୁ ସମ୍ମାନ ,
ଗାଁ ଅଟେ ମୋର ଜନନୀ ଠୁ ପ୍ରିୟ।।୯