Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bhagaban Otta

Classics Others

4.5  

Bhagaban Otta

Classics Others

"ଛଅ ଖଣ୍ଡ ବାଉଁଶ ରେ ବନ୍ଧା କୋକେଇ"

"ଛଅ ଖଣ୍ଡ ବାଉଁଶ ରେ ବନ୍ଧା କୋକେଇ"

1 min
368


ଛଅ ଖଣ୍ଡ ବାଉଁଶରେ

ବନ୍ଧା କୋକେଇ

ବନ୍ଧା କୋକେଇ..

ସେହି କୋକେଇ ରେ ମୋତେ

ନେବ କାନ୍ଧେଇ

ମୋତେ ନେବ କାନ୍ଧେଇ ।


ହରି ବୋଲ ପଡ଼ୁଥିବ

ହୁଳହୁଳି ଦେଉଥିବେ,

ଘର ଲୋକ କାନ୍ଦୁ ଥିବେ

ଗାଆଁ ଲୋକ ଦେଖୁଥିବେ - 


କୋକେଇ ମୋ ନେଇ ଯିବ -

ଶ୍ମଶାନ ଭୂଇଁ

ଶ୍ମଶାନ ଭୂଇଁ. ।



ଛଅ ଖଣ୍ଡ ବାଉଁଶରେ

ବନ୍ଧା କୋକେଇ

ବନ୍ଧା କୋକେଇ..

ସେହି କୋକେଇ ରେ ମୋତେ

ନେବ କାନ୍ଧେଇ

ମୋତେ ନେବ କାନ୍ଧେଇ ।



ରାମ ନାମ ସତ୍ୟ ହେ

ହରି ନାମ ସତ୍ୟ ହେ

ରାମ ନାମ ସତ୍ୟ ହେ

ହରି ନାମ ସତ୍ୟ ହେ ।



ରାମ ନାମ ହରି ନାମ

ଡାକୁ ଥିବେ ମାଲ ଭାଇ,

କୋକେଇ ନେଇ ରଖିବେ

ଶ୍ମଶାନ ଘାଟରେ ନେଇ ।


ଜୁଇରେ କାଠ ସଜେଇ 

ଉପରେ ଦେବେ ଶୁଆଇ,

ମୁଖାଗ୍ନି ମୁଖରେ ଦେଇ

କାନ୍ଦୁ ଥିବେ ବନ୍ଧୁ ଭାଇ ।


କ୍ଷଣିକରେ ମିଶି ଯିବି

ପାଉଁଶ ହୋଇ.

ପାଉଁଶ ହୋଇ.

ବସୁଧା ମାଆର କୋଳେ

ଯିବି ମୁଁ ଶୋଇ

ଯିବି ମୁଁ ଶୋଇ ।



ଛଅ ଖଣ୍ଡ ବାଉଁଶରେ

ବନ୍ଧା କୋକେଇ

ବନ୍ଧା କୋକେଇ


କୋକେଇ ମୋ ନେଇ ଯିବ -

ଶ୍ମଶାନ ଭୂଇଁ

ଶ୍ମଶାନ ଭୂଇଁ ।


ବସୁଧା ମାଆର କୋଳେ

ଯିବି ମୁଁ ଶୋଇ ।



Rate this content
Log in

Similar oriya poem from Classics