Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Tribikram Gartia

Classics

4  

Tribikram Gartia

Classics

ବସନ୍ତ ପଞ୍ଚମୀ

ବସନ୍ତ ପଞ୍ଚମୀ

1 min
350



ରାଗ ---କଲ୍ୟାଣ ଆହାରୀ


ଆଦ୍ୟ ଅନୁପ୍ରାସ ଜ, ବ, ତ, ଦ, ମ

   (ଜ )

ଜଗଦ୍ଧାତ୍ରୀ ବାମା ଶ୍ଵେତପଦ୍ମା ସନା

   ସମ୍ଭୁତ ଅପାର କୀରତି,

ଜଗତ ବନ୍ଦିନୀ ମରାଳ ବାହିନୀ ମାର୍ଜିତ ପ୍ରତିଭା ଭାରତୀ,

ଜଡ଼ରେ, ଜ୍ୟୋତି ପ୍ରକାଶିଲ ସାରଦା,

ଜୋଡହସ୍ତଭରେ ବନ୍ଦନ୍ତି ପୟରେ ଆଶିଷ ପ୍ରଦାୟ ବରଦା l (1)

      (ବ )

ବୀଣାର ଝଙ୍କାର ରାଗ ରାଗିଣୀର

        ସର୍ବ ସ୍ବର୍ଗମର ସୁସ୍ୱର,

ବିଦ୍ୟାର ସାରଣୀ ଦେବୀ ବୀଣାପାଣୀ

        ଜ୍ଞାନ ବିଜ୍ଞାନର ଭଣ୍ଡାର,

ବାକ୍ୟର, ଉର୍ମିମାଳା ମୀନକେତନୀ,

ବାଗୀଶା ଈଶ୍ବରୀ ଢ଼ାଳି ଜ୍ଞାନବାରୀ ପୁରାଅ

    ମୋ କଣ୍ଠ ତଟିନୀ l (2)

     (ତ )

ତଵ ଯୋଗ୍ୟ ସୁତ କାଳିଦାସ ଭକ୍ତ କାବ୍ୟ କବିତାରେ ବିଦିତ,

ତୋ ପାଦ ବନ୍ଦନେ ମହାକବି ନାମେ

    ବିଶ୍ୱ ଦରବାରେ ବିଖ୍ୟାତ,

ତଦ୍ରୁପ, ଗଙ୍ଗାଧର ଯେ ରାଧାନାଥ,

ତରଙ୍ଗ ଖେଳାଇ ଲେଖନୀ ବଳରେ

    ଖ୍ୟାତ ଉପେନ୍ଦ୍ର ଜଗନ୍ନାଥ l (3)

       (ଦ )

ଦିବ୍ୟ ସ୍ୱରୂପିଣୀ ସହାସ୍ୟ ବଦନୀ

     .... ତେଜୋମୟ କାନ୍ତି ଝଟତି,

ଦୀପ୍ତି ଶୋଭାନ୍ୱିତ କମନୀୟ ଦ୍ୟୋତ

         ବରଣୀୟl ମା ସରସ୍ବତୀ,

ଦୃଢ଼ରେ, ପୁରିଉଠୁ ମନ କାନନ,

ଦୟାର ସାଗରୀ ମାଗୋ କାଦମ୍ବରୀ

       ଭକ୍ତିରେ କରୁ ଆବାହନ l (4)

  (ମ )

ମଳୟ ବିଧୌତl ବାଗ୍ନୀ ମହାଶ୍ଵେତା

         ପଞ୍ଚମୀ ଛୁଇଁଲା ବସନ୍ତ,

ମଙ୍ଗଳ ସଂଗୀତ କଣ୍ଠେ ପରଭୂତ

        ସନାତନୀ ମନ୍ତ୍ରେ ଝଙ୍କୃତ,

ମଣ୍ଡନ୍ତି, ରବି ସ୍ଵର୍ଣ୍ଣପ୍ରଭା କିରଣ,

ମୋତିମl ଳl ପରି ଶିଶିର ବିନ୍ଦୁରେ  

       ଝଟକେ ପ୍ରକୃତି ଆଙ୍ଗନ l


Rate this content
Log in

Similar oriya poem from Classics