STORYMIRROR

Tribikram Gartia

Others

3  

Tribikram Gartia

Others

ମେଘର କୋହ

ମେଘର କୋହ

1 min
133


ବିଦଗ୍ଧ ହୃଦୟେ ଖୋଜେ ବାରିଧର ବିବ୍ରତ ଅନ୍ତରେ,

ବୁକୁଭରା ଦୈନ୍ୟବ୍ୟଥା ଘାରଇ ସ୍ମୃତି ଅନ୍ତରାଳେ,

ବୁଝି ପାରୁନକି ଅକୁହା ମନର ସେହି ଛାତି ତଳ ବ୍ୟଥା,

ଦଗ୍ଧି ଭୁତ ଅନ୍ତର ମୋ କାତରରେ ମ୍ରିୟମାଣ ହୋଇ ଲାଗଇ ଶୁନ୍ୟତା l

ହେ ପ୍ରିୟା,

ଲୁଚିଛ କିଏ ସୃଷ୍ଟିର ନିଭୃତ ବିଶାଳ କାନ୍ତାରେ --(1)


ମନର ମରାଳ ଆଜି ନିରାଶ୍ରୟ ପ୍ରେମର ବିହ୍ଵଳେ,

ବେସୁରା ରାଗିଣୀରେ ଗର୍ଜୁଛି ବିରହ ଯନ୍ତ୍ରଣାର କୋହେ,

ଆତୁର ପ୍ରେମ ପକ୍ଷୀଟି ଉଡ଼ିବୁଲେ ପାଇବାକୁ ପ୍ରୀତି ସମ୍ମୋହନ,

ଆଶା ଆକାଂକ୍ଷାକୁ ମୋର କାହିଁ ପାଇଁ ତୁଚ୍ଛ କଲ ନ କରି ମନ୍ଥନ,

ହେ ପ୍ରିୟା,

ବିଦ୍ରୁପ ପନ୍ଥା ଆପଣେଇ ଖୋଜିବି ଆଦବ କାଇଦାରେ--(2)


ଭୟାନକ ଜୀବଙ୍କର ରୂପ ସୃଷ୍ଟି କରିବି ଉଦଭ୍ରାନ୍ତ କାମନା ଜ୍ୱାଳାରେ,

ନ ପାଇଲେ କଳା ପରଦା ଢାଙ୍କି ଦେବି ଏ ସୃଷ୍ଟିକୁ ଅମା ଅନ୍ଧକାରେ,

ତଡିତର ଆଭାରେ ଚୁମିବାକୁ ପ୍ରୟାସ କରିବି ତୋ ଗୋଲାପି ଓଠରେ,

ହେ ପ୍ରିୟା,

ପବନକୁ ସାଥି କରି ଦୌଡ଼ିବି ଆକାଶର ଦୈବ ପଥରେ --(3)


ଫୁଲର ପାଖୁଡାପରି ସୁକୋମଳ ମୋ ତନୁ ବଲ୍ଲରୀ,

କ୍ରୋଧ ଜର୍ଜରିତ ହେଲେ ପାଷାଣର ରୂପ ନିଏ ତୋଳି,

ଇର୍ଷାରେ ରକ୍ତମୁଖା ହୋଇ ଉଗ୍ର ରୂପେ ପିଟେ ମୋର ଛାତି,

ତହିଁରୁ ଉତ୍ପନ୍ନ ତଡିତର ପ୍ରବାହେ ବିନାଶ କରିବି ସାଜି ନରଘାତୀ,

ପ୍ରଚଣ୍ଡ ରଡି ଛାଡ଼ିବି ଯେଉଁଠି ଥିଲେ ବିଶୁଣିବୁ ବୁକୁଥରା ବାଣୀ,

ପୁଣି ଜଳାର୍ଣ୍ଣବ କରି ବିପର୍ଯୟର ତାଣ୍ଡବ ଲୀଳାରେ ବୁହାଇ ଲୁହର ଶ୍ରାବଣୀ,

ହେ ପ୍ରିୟା,

ମୌନାବତୀ ଗୋ ତୁମେ କାହିଁକି ଆତ୍ମହରା କରି ମୋ ସାଥେ ଖେଳ ଲୁଚକାଳି --(4)


ବସନ୍ତର ପ୍ରେମ ରାଗ ଶିଥିଳତା ଭରି ସତେ କି ପଡିଗଲା ଫିକା,

ଜଳାଇ ଦେଲ ମୋ ହୃଦୟ ତନ୍ତ୍ରୀରେ କାମନାର ଉଦୀପ୍ତ ଶିଖା,

କାମନାର ଜ୍ୱାଳାରେ ଖୋଜୁଛି ତୁମର ବାସ୍ତବ ଠିକଣା,

ହତାଶାରେ ଯାଉଛି ଚାଲି ଭାଗ୍ୟ ଲଫାପାରେ ବାନ୍ଧି ଦେଇ ଅବ୍ୟକ୍ତ ବେଦନା,


ହେ ପ୍ରିୟା,

ପରିଶେଷେ ସଜେଇ ଦେଉଛି ଅଙ୍ଗକୁ ତୁମର ଇନ୍ଦ୍ରଧନୁର ସପ୍ତ ରଙ୍ଗର ଆଭାରେ,

ପୁଣି ଆସିବି ଫେରି ଖୋଜିବାକୁ କାଳବୈଶାଖୀ ରୂପରେ --(5)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍