Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

NO MORE STORY

Classics Others

4.5  

NO MORE STORY

Classics Others

ତୁମେ ଆଜିବି ଏ ହୃଦୟରେ !!

ତୁମେ ଆଜିବି ଏ ହୃଦୟରେ !!

1 min
218


ନିଜ ଗଳ୍ପ ରେ ଆମେ ଦୁହେଁ ଏମିତି ନାୟକ ନାୟିକା

ଯାହାର ମିଳନ କୁ ଅଧା ଲେଖି ,

ଲେଖିବା ଭୁଲି ଯାଇଛି ଆମ ସ୍ରଷ୍ଟା ।

ଗଳ୍ପ ରେ ତୁମେ ସିନା ଖୋଲା ଆକାଶ ର ଶୀତଳ ଜ୍ୟୋତ୍ସ୍ନା 

ମୁଁ ପରା ମହାଶୂନ୍ୟ ର ଗୋଟେ ଜଳନ୍ତା ନିଆଁ ପିଣ୍ଡୁଳା।

ଆକାଶ ରେ କେତେ ତାରା ଫୁଟି ମହାଶୂନ୍ୟ ରେ

ଘୁରି ବୁଲନ୍ତି ସେମାନେ କଣ

ଜ୍ୟୋତ୍ସ୍ନା ର ଶୀତଳ ତାକୁ ନିଜର କରି ପାରନ୍ତି

ବଗିଚାରେ କେତେ ଫୁଲ ଭ୍ରମର ର ଅପେକ୍ଷାରେ ଚାହିଁ ରହନ୍ତି

ସବୁ କଣ ନିଜ ବାସ୍ନା ରେ ଭ୍ରମର କୁ ଆକର୍ଷିତ କରି 

ପାରନ୍ତି ।

ନୀଳ ଆକାଶ ର ଗର୍ଭ ରୁ ଶ୍ରାବଣର ପହିଲି ବୁନ୍ଦା ହୋଇ 

କେତେ ଯେ ପାଣି ଟୋପା ଲୁହ ପରି ତଳକୁ ଖସି ପଡନ୍ତି 

ସବୁ କଣ ସମୁକାରେ ରହି ମୋତି ହୋଇ ପାରନ୍ତି।

ନଦୀ ଯେ କେତେ ପାହାଡ଼ ପର୍ବତ ର ହୃଦୟ ଚିରି ବୋହି ଆସେ

ହେଲେ ସବୁ ନଦୀ କଣ ସେ ନୀଳ ସାଗର ର ଗର୍ଭ ରେ ଯାଇ ରହି ପାରନ୍ତି।

ଆମ କାହାଣୀର ନା ଥିଲା ଆରମ୍ଭ, ନା ଅଛି କେବେ ତାର ସମାପ୍ତ

ପ୍ରେମ ରାଜ୍ୟ ର ରାଜକୁମାରୀ ତୁମେ, ମୁଁ ତୁମ ପାଗଳ ପ୍ରେମିକ ।


ସ୍ରଷ୍ଟା ସିନା ଭୁଲି ଗଲା ଲେଖିବାକୁ ଆମ ସଂପର୍କ

ହେଲେ ମୋ ହୃଦୟ ଭୁଲି ପାରୁନି ତୁମ ସହ

କାଟି ଥିବା ସେ ପ୍ରତି ଟି ମୁହୂର୍ତ୍ତ ।

ତୁମେ ସିନା ଅଛ ଆଜି ମୋଠୁ ବହୁ ଦୂରେ

ହେଲେ ତୁମ ସ୍ମୃତି ଅଛି ଆଜିବି ଏ ହୃଦୟରେ 

ହେଲେ ତୁମ ସ୍ମୃତି ଅଛି ଆଜିବି ଏ ହୃଦୟରେ ........।।


Rate this content
Log in

Similar oriya poem from Classics