STORYMIRROR

NO MORE STORY

Romance Inspirational Others

3  

NO MORE STORY

Romance Inspirational Others

ନିଜ ଗଳ୍ପର ମୁଁ ନିଜେ ଗାଳ୍ପିକ !!

ନିଜ ଗଳ୍ପର ମୁଁ ନିଜେ ଗାଳ୍ପିକ !!

1 min
149

ନିଜ ଗଳ୍ପ ରେ ଆମେ ଦୁହେଁ ଏମିତି ନାୟକ ନାୟିକାନାୟିକା

ଯାହାର ମିଳନ କୁ ଅଧା ଲେଖି , ଲେଖିବା ଭୁଲି ଯାଇଛି ଆମ ଶ୍ରଷ୍ଠା 

ଗଳ୍ପ ରେ ତୁମେ ସିନା ଖୋଲା ଆକାଶ ର ଶୀତଳ ଜୋଷ୍ନା 

ମୁଁ ପରା ମହାଶୂନ୍ୟ ର ଗୋଟେ ଜଳନ୍ତା ନିଆଁ ପିଣ୍ଡୁଳା।

ଆକାଶ ରେ କେତେ ତାରା ଫୁଟି ମହାଶୂନ୍ୟ ରେ ଘୁରି ବୁଲନ୍ତି ସେମାନେ କଣ ଜୋଷ୍ନା ର ଶୀତଳ ତାକୁ ନିଜର କରି ପାରନ୍ତି।ବଗିଚାରେ କେତେ ଫୁଲ ଭ୍ରମର ର ଅପେକ୍ଷାରେ ଚାହିଁ ରହନ୍ତି

ସବୁ କଣ ନିଜ ବାସ୍ନା ରେ ଭ୍ରମର କୁ ଆକର୍ଷିତ କରି 

ପାରନ୍ତି ।

ନୀଳ ଆକାଶ ର ଗର୍ଭ ରୁ ଶ୍ରାବଣର ପହିଲି ବୁନ୍ଦା ହୋଇ 

କେତେ ଯେ ପାଣି ଟୋପା ଲୁହ ପରି ତଳକୁ ଖସି ପଡନ୍ତି 

ସବୁ କଣ ସମୁକାରେ ରହି ମୋତି ହୋଇ ପାରନ୍ତି।

ନଦୀ ଯେ କେତେ ପାହାଡ଼ ପର୍ବତ ର ହୃଦୟ ଚିରି ବୋହି ଆସେ

ହେଲେ ସବୁ ନଦୀ କଣ ସେ ନୀଳ ସାଗର ର ଗର୍ଭ ରେ ଯାଇ ରହି ପାରନ୍ତି।

ଶ୍ରଷ୍ଠା ସିନା ଭୁଲି ଗଲା ଲେଖିବାକୁ ଆମ ସଂପର୍କ

ହେଲେ ମୋ ହୃଦୟ ଭୁଲି ପାରୁନି ତୁମ ସହ

କାଟି ଥିବା ସେ ପ୍ରତି ମୃହୁତ କୁ।

ତୁମେ ସିନା ଅଛ ଆଜି ମୋଠୁ ବହୁ ଦୂରେ

ହେଲେ ତୁମ ସ୍ମୃତି ଅଛି ଆଜିବି ଏ ହୃଦୟରେ 

ହେଲେ ତୁମ ସ୍ମୃତି ଅଛି ଆଜିବି ଏ ହୃଦୟରେ ........।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance