STORYMIRROR

Snigdha Panda

Classics

4  

Snigdha Panda

Classics

ବନ୍ଦୀ

ବନ୍ଦୀ

1 min
249

ଯେଉଁଠି ମୁଁ ବନ୍ଦୀ ହୋଇ ରହେ

ସମସ୍ତେ ତାକୁ ଘର କହନ୍ତି

ମତେ ଚିହ୍ନନ୍ତି ମୋ ବୟସରୁ, 

ରଙ୍ଗରୁ, ପରିପାଟୀରୁ,

କେତେ ସମ୍ପର୍କ ବଞ୍ଚେଇ ପାରେ 

କ୍ଷୟ କରି ନିଜକୁ 

ଦୂର କରି ନିଜଠାରୁ ।


ଦେଖ, 

ସେଇ ଯୋଉ ଯିବା-ଆସିବାର କବାଟ ଅଛି

ତା’ କେତେ ପରସ୍ତରେ ତିଆରି

ସେଥିରେ ଲାଗିଛି ମେଟାଲ୍‍ ଡିଟେକ୍ଟର 

ଟେବୁଲ୍‍ ଉପରେ ଗୋଟେ ରେଜିଷ୍ଟର ଅଛି 

କେବେ ଯିବି, କାହିଁକି ଯିବି, କାହା ପାଖକୁ ଯିବି

କିଏ ଆସିଥିଲା, କାହିଁକି ଆସିଥିଲା

ସବୁ ଲେଖିବାକୁ ପଡେ 

ଏମିତି କି ମୋ ଆଖିରେ ବି ଚିପ୍‍ସ ଥାଏ କି କଣ 

କାହା ଅଜାଣତରେ ଯେମିତି

ସେ କିଛି ସ୍ୱପ୍ନ ଦେଖି ନ ପାରେ ।


ଯେତେବେଳେ କେହି ମତେ 

ଡାକୁଛି ବୋଲି ଲାଗେ 

ମୁଁ କାନ ବନ୍ଦ ରଖେ ଭୟରେ 

ଆଉ କେହି ବି ନ ଶୁଣୁ ବୋଲି 

ବନ୍ଦ କରେ ଝରକାର ଫାଙ୍କ ସୁଦ୍ଧା 

କାଳେ ମତେ ମୁକୁଳେଇ ନେବାକୁ ଆସି 

ଆଉ କେହି ବନ୍ଦୀ ହୋଇ ରହିଯିବ ଏ ଘରେ ।


ମୋର ଗୋଟେ ସୁନ୍ଦର ଶାଢୀ ଅଛି 

ଯୋଉଟା ସାଇତା ହେଇଛି 

ଆର ବଖରାରେ 

ମୋ ଭଳି ଆଉ ଜଣକ ପେଡିରେ 

ଯାହାକୁ ପିନ୍ଧିବାକୁ ପଡିବ 

ଏଠୁ ମତେ ବଦଳେଇଲା ବେଳେ 

କାନଫୁଲ, ନାକ ଗୁଣା ଆଉ ଚୁଡିର ଲୋଭ ଦେଖେଇ

ଆଉ ଗୋଟେ ଘରେ ।


ଏବେ ମୁଁ ଗୀତ ଶିଖୁଛି 

ଖୋଲା ଆକାଶର ଗୀତ 

ପଞ୍ଜୁରୀ ଭିତରେ ଥିଲା ବେଳେ 

ସେଇ ଗୀତଟା ଗାଉଥିଲା ସୁନା ଚଢେଇ 

ଯିଏ ଦିନେ ଆକାଶକୁ ଅନେଇ 

ଉଡି ଯାଇଥିଲା 

ଆର ଦିନ ସକାଳେ ତା' ବଦଳରେ 

ତାର କେଇଟା ପର ଆକାଶରେ ଉଡୁଥିଲା ।


ସେଇ ଗୀତଟି ମୁଁ ବି ଶିଖୁଛି 

କାହିଁକି ନା କବାଟ ଖୋଲା ଥିଲେ ବି 

ଯିବିନି ବୋଲି ସେ ଗୀତରେ ବୁଝେଇ ଦିଆ ଯାଇଛି ।


Rate this content
Log in

Similar oriya poem from Classics