Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ପ୍ରାଚୀନ ଓଡ଼ିଆ କାବ୍ୟ କବିତା

Classics

3  

ପ୍ରାଚୀନ ଓଡ଼ିଆ କାବ୍ୟ କବିତା

Classics

ଚଉପଦୀ - ହେମ ଚମ୍ପାବରଣୀ ନବଘନ କେଶ

ଚଉପଦୀ - ହେମ ଚମ୍ପାବରଣୀ ନବଘନ କେଶ

1 min
6.6K


କବି - ସାଲବେଗ


ହେମ ଚମ୍ପାବରଣୀ

ନବଘନ କେଶୀ ।

ଦନ୍ତ ଡାଳିମ୍ବ ପନ୍ତି

ବିମ୍ବ ଅଧର ଜ୍ୟୋତି

ବଦନ ଶରଦ ସମ୍ପୂର୍ଣ୍ଣ ଶଶୀ ।

କର୍ଣ୍ଣେ ହେମ ଗୁଞ୍ଜ ବେନି

ଭ୍ରୂଲତା ଭୁଜଙ୍ଗିନୀ

ମୃଗଜ ନୟନୀ ସୁଖେ ମୃଦୁହାସୀ ।

ଗିରି ନିତମ୍ବ ଶୋଭା

କି ସୁନ୍ଦର ନଖ ଆଭା

ଗଜଗମନୀ ଯୁବାବୟସୀ ।

ନିନ୍ଦେ ଜାନୁଯୁଗ ରମ୍ଭା

ପଙ୍କଜ ଶୋଭା

କହେ ସାଲବେଗ ଏହି ରସେ ରସି ।


Rate this content
Log in

Similar oriya poem from Classics