ମୋ ଗାଁଆ
ମୋ ଗାଁଆ


ଶ୍ରୀ ବାଲ୍ମୀକି ମହାପାତ୍ର
ସରସ ସୁନ୍ଦର ମୋ ଗାଆଁ ମାଟି ଗlଆଁ ଦାଣ୍ଡ
ସାଙ୍ଗସାଥି ମେଳେ କରୁଥିଲୁ ନାନା କାଣ୍ଡ
ନନା ବୋଉ ଆମ କଥା କଥାକେ
କରୁଥିଲେ ପାଟିତୁଣ୍ଡ l
ଜେଜେ ଜେଜୀ କୋଳେ,
ସନ୍ଧ୍ୟl ଦୀପ ବେଳେ
ଶୁଣୁଥିଲୁ ନାନାବାୟା ଗୀତ ଗପ
ବୋଉ ଡାକୁଥିଲେ ଆସେ ପଢିବାକୁ
ଛାଡି ଜେଜୀଙ୍କ କୋଳ
ପାଠ କଥା ଶୁଣି କରୁଥିଲି କେତେ ଗୋଳ l
ସକାଳୁ ସକାଳୁ ରାଧୁଆ ଭାଇନା
ଆସି ଡାକ ଦିଏ ଘରେ
ଚାଲ ସାଉକାରେ ଯିବା ପରା କ୍ଷେତ ଆଡେ
ଧରି ସାର ବସ୍ତା ମୁଣ୍ଡେ ରାଧୁ ଭାଇ
ଚାଲୁଥାଏ ଆଗେ ଆଗେ
ବାଡି ଧରି ଜେଜେ ଧିମେଇ ଧିମେଇ
ଚାଲୁଥାନ୍ତି ତାର ପଛେ l
ଦଣ୍ଡେ ଚାଲି ଜେଜେ ଥକ୍କl ମାରୁଥାନ୍ତି
ଡାକନ୍ତି ରାଧୁଆ ରହି ଯା କ୍ଷଣେ
l
ଶେଷେ ବିଲ ପାଖେ ପହଞ୍ଚି ଯାଆନ୍ତି
ରାଧା ଆଉ ଆମ ଜେଜେ l
କାମ ସାରି ଦୁହେଁ ଫେରନ୍ତି ଘରକୁ ମଧ୍ୟାହ୍ନ ଧୂପେ l
ପଖାଳ ଗଣ୍ଡେ ମାରି ଦେଇ ତୁଣ୍ଡେ
ଜେଜେ ନିଅନ୍ତି ବିଶ୍ରାମ ଦଣ୍ଡେ l
ସନ୍ଧ୍ୟl ହେଲେ ଗାଆଁ ଦାଣ୍ଡେ ଫେରନ୍ତି ଗାଈ ଗୋରୁ ପଲ
ସଞ୍ଜବତୀ ଜାଳି ଝିଅ ବୋହୁ ମନାସନ୍ତି ଶୁଭ ଫଳ l
ଟୁଙ୍ଗି ଘରେ ସନ୍ଧ୍ୟl କର୍ମ ସାରି ଲୋକେ ହୋଇଯାନ୍ତି ରୁଣ୍ଡ
ଗର୍ଜନ କରିଣ ଗାଆଁ ଦାଣ୍ଡେ ବୁଲୁଥାଏ ଲଗାମ ଛଡା ଷଣ୍ଡ l
ଟୁଙ୍ଗି ଘରେ ଭାଗବତ କଥାମୃତ ଶୁଣି
ମନେ ମନେ ଲୋକମାନେ ହୋଇଥାନ୍ତି ଗୁଣି l
ହରେ କୃଷ୍ଣ ହରେ ରାମା ଗାଇ ବଜାନ୍ତି ଖଞ୍ଜଣି
ଆଜି ସେ ଗଲାଣି ବେଳ ଲେଉଟାଣି l
ନlହିଁ ଭାଗବତ ଟୁଙ୍ଗି ଅବା ସେ ଖଞ୍ଜଣି
ପଡିଅଛି ଖାଲି କର୍ପୁର ଗଲାଣି ଉଡି l