STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୨

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ପାଣି

ପାଣି

1 min
14.2K



ଡକ୍ଟର କମଳାକାନ୍ତ ରାଉଳ


ଭସା ବାଦଲର କଳାକୁଞ୍ଜେ ଗାଇଯାଅ ମଧୁର ଠୁମୁରୀ

ବଣ ପାହାଡ଼ ଭେଦି ଝରି ତରିବାରେ ଆଜନ୍ମ ଆସତ୍ତି,

ଆତ୍ମାର ଗ୍ରନ୍ଥିରେ ସନ୍ତରିତ ଚିରସ୍ରୋତା କସରା ଊର୍ମି

ତୁମେ କଳକଳ ଜୀବନ ଆୟୁଧ ଅତଳ ପୁଷ୍କର ପୂର୍ତ୍ତି ।

ତୁମ ନିର୍ଝରିଣୀ ଅତି ଉଦାସିନୀ ଶୁଷ୍କ ଆପଗା ଭୂଇଁ

ଉଦ୍ଦୀପ୍ତ ଉତ୍ତାପ କରେ କବଳିତ ଭୁବନ ମଣ୍ଡଳ ପିଆସୀ,

ହେ ସ୍ରୋତସ୍ଵିନୀ ! ସନ୍ତର୍ପିତ ପ୍ରାଣର ଟୋପା ଟୋପା କାଦମ୍ବିନୀ

ତୁମେ ତ ଲୁଣ୍ଠିତ ଜନ ଦୁଷ୍କର୍ମର ଥିରପାତି ନିରସୀ ।

ତ୍ରିବେଣୀ ସଙ୍ଗମ ଅନାହତ କ୍ଷତ ତିଗ୍ମ ଅନଳ ଗିରି

ଭାର୍ଗବୀ ଭଉଁରି ମହାନଦୀ ବଢ଼ି ପିଇଚି ବାଲୁକା ରାଶି ,

ଉଦ୍ଭିଦ ଜଗତ ମୃତାହତ ପ୍ରାୟ ବିଧ୍ଵଂସ ସବୁଜ ବନାନୀ

ପାଣି ପାଣି ପାଣି ଆତୁର ଉଜାଣି କିଏ ନେଲା ପାଣି ଶୋଷି ।

ଆଗୋ ଆପ୍ୟାୟନୀ ତୁମେ ମୁକ୍ତିମୟୀ ଯୁଗାନ୍ତକାରୀ ଜାହ୍ନବୀ

ତୁମେ ଅପହୃତ ତୁମେ ବ୍ୟବହୃତ ଲମ୍ପଟ ଶିଳ୍ପନୀତି ,

ଶୁଷ୍କ ମାଟି ଶୀର୍ଣ୍ଣ ପୃଥିବୀ କ୍ଷୀଣ ମାନବ ଅବଧି

ନଈ ନାଳ ଖାଳ ଭୂତଳ କୂଅ ସବୁଠି ତୁମ ଆହୁତି ।

ତୁମେ ପରାଜିତ ପୂର୍ଣ୍ଣ ସଙ୍କୁଚିତ ହେ ମଧୁର ଅମୃତମୟୀ

ଶୁଭିଲାଣି କଳରବ ଶହ ଶହ ତୃଷାର୍ତ୍ତ କଣ୍ଠର ଅଧୃତି ,

ହଂସା ଉଡ଼େ, ଶଙ୍କା ବଢ଼େ; ବଢ଼େ ତାପ, ତରଳେ ବରଫ ଛାତି

ବିଶୀର୍ଣ୍ଣ ପୃଥିବୀ ଦେଖୁଚି ଆସ୍ତୀର୍ଣ୍ଣ ମାନବର ଆତ୍ମଘାତୀ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics