ଚଉପଦୀ -ଜୟ ଗୋକୁଳ ମଙ୍ଗଳ ମଧୁହାରି
ଚଉପଦୀ -ଜୟ ଗୋକୁଳ ମଙ୍ଗଳ ମଧୁହାରି
କବି - ଗୌରହରି ପରିଚ୍ଛା
ରାଗ -କଲ୍ୟାଣ ତାଳ - ଆଦିତାଳ
ଜୟ ଗୋକୁଳ ମଙ୍ଗଳ ମଧୁହାରି ।
ରାସ ରସିକ ବର କୁଞ୍ଜବିହାରୀ । ପଦ ।
କୋଟି ମଦନ ଜିତ ସୁନ୍ଦର ବିଗ୍ରହ ।
କୁଞ୍ଚିତ କେଶ ପୀତପଟ ଧାରି । ୧ ।
ଧ୍ୱଜ ବଜ୍ରାଙ୍କୁଶ ରାଜିତ ପଦ ଯୁଗ ।
ଉପଳୋଦ୍ଧାରିତ ଗୌତମ ନାରୀ । ୨ ।
ସ୍ଥୂଳ ମୌକ୍ତିକ ମଞ୍ଜୁଳ ଉରସ୍ଥଳ ।
ଅଙ୍ଗଦ ବାହୁ ଯୁଗ୍ମ ମନୋହାରି । ୩ ।
ଗଣ୍ଡ ଯୁଗ ମକର କୁଣ୍ଡଳେ ମଣ୍ଡିତ ।
ପୁଣ୍ଡରୀକ ଦୃଶ ଷଣ୍ଢ ବିହାରି । ୪ ।
କଦମ୍ବ ତରୁତଳ ଲମ୍ପଟ ନଟବର ।
ବଟ ପୁଟ ଶାୟି ଦୃଷ୍ଟ ଦନୁଜାରି । ୫ ।
ଗୌରହରି କୃତ କୀର୍ତ୍ତନ ତୋଷିତ ।
କରୁଣା ଜଳନିଧି ପତିତୋଦ୍ଧାରି । ୬ ।
