STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୩

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୩

Classics

ସରୋଗେଟ୍

ସରୋଗେଟ୍

1 min
14.1K


ଡ଼ା. ଦିଲ୍ଲୀପ୍ କୁମାର ବେହେରା



ତୁମେ ତୁମ ଜରାୟୁରେ ଚାବି ଦେଇ

ଚାବି କାଠିଟି ମୋ ହାତରେ ଦିଅ

ମୁଁ ମୋ ବିବେକରେ ଧରାଇଦେଲି ଚାବି କାଠି ...

ଅଳ୍ପ ଦିନର ସଉଦା ଇଏ

ପେଟ ପାଇଁ କିଛି ଇନ୍ଧନର ଖୋରାକ ଲାଗି

ସମୟକୁ ସଂଜ୍ଞାହତ କରି, ଫାଙ୍କି ଦେଇ

ବିକିଦେଲି ଗର୍ଭ, ମାତୃତ୍ଵ, ମମତାକୁ ....

ତୁମେ ତୁମର ସୌଦର୍ଯ୍ୟକୁ ଜଗିଥାଅ

ମୋତେ କିନ୍ତୁ ଶାନ୍ତି ମିଳେ

ଥନକୁ ମୋ ଝୁଣିଝୁଣି ଖାଇଲେ

ମୋ ପିଲା, ହୋଇପାରେ ତୁମ ପିଲା

ନିହାତି ପିଲା ରଙ୍କୁଣୀଟେ ମୁଁ .......

ନପୁଂସକ ତୁମ ଜରାୟୁର କ୍ରନ୍ଦନ

ନିଲଜ ମୋ ବିବେକର ଦହନ

କେହି କାହାକୁ କରିବେନି ଭାରକ୍ରାନ୍ତ

ବସ, ବାସ, କ୍ଷୁଧା – ଏହି ତିନି ଲକ୍ଷ୍ମଣ ରେଖା

ଲଙ୍ଘି ପାରୁନି ମୁ ଜନକ ନନ୍ଦିନୀ

ଏତକ ଟପିଗଲା ଅଛି ପୁଷ୍ପକ ଯାନ, ସୁନାର ଦେଶ

ଦେବାକୁ ପଡୁ ପଛେ ‘ରାମାୟଣ’ ଶେଷେ ସତୀତ୍ଵ ପରୀକ୍ଷା

ଏ ଦୁଃଖର ଅରଣ୍ୟାରୁ ମୁକ୍ତି ତ ମିଳନ୍ତା ......

ସମୟ ବନ୍ଧ୍ୟା ଜରାୟୁରେ ଜାଣିଶୁଣି

ମୋତେ ବୁଣିବାକୁ ହୁଏ ସ୍ଵପ୍ନର ବିହନ

ସେହି ଟିକେ ଆଶା, ଟିକେ ଶୁଷ୍କ ସପନ ପାଇଁ

ସନ୍ଧିବନ୍ଧ ହୋଇ ବନ୍ଧା ପକେଇଲି ଜରାୟୁକୁ

ସମୟ ପରି ବନ୍ଧ୍ୟା ନୁହଁ ମୋର

ନିଶ୍ହିନ୍ତରେ ବୁଣି ଦିଅ ତୁମ ଆସାର ବିହନ

ମୁଁ କିଛି ବୃଥା ସ୍ଵପ୍ନରେ ବିଭୋର ହୋଇ

ଛlତି ତଳେ ବିବେକ ଆଉ ବ୍ୟଥାକୁ କବର

କିଛି ସୁଖ ବିନିମୟ ପାଇଁ ସନ୍ଧିବନ୍ଧ ହେଲି......


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics