Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ପ୍ରାଚୀନ ଓଡ଼ିଆ କାବ୍ୟ କବିତା

Classics

3  

ପ୍ରାଚୀନ ଓଡ଼ିଆ କାବ୍ୟ କବିତା

Classics

ଚଉପଦୀ - କି ଦେଖିଲି ବେଣୁପାଣିରେ

ଚଉପଦୀ - କି ଦେଖିଲି ବେଣୁପାଣିରେ

1 min
6.7K


କବି - ଗୌରଚନ୍ଦ୍ର ଦେବ

ରାଗ -ପୁରୀ ତାଳ - ଆଦିତାଳ


କି ଦେଖିଲି ବେଣୁପାଣିରେ ।

ମିତଣୀ । ପଦ ।

କଳିନ୍ଦଜା କୂଳେ ।

ନୀପତରୁ ମୂଳେ ।

ଥିଲା ତ୍ରିଭଙ୍ଗିମା ଠାଣି । ୧ ।

ପୁରଟ ମୁକୁଟ ।

ଶିରେ ଝଟଝଟ ।

ପୁଚ୍ଛ ଗୁଚ୍ଛ ତାଏ ପୁଣି । ୨ ।

ତା କର୍ଣ୍ଣେ କୁଣ୍ଡଳ ।

ନାସା ମୋତିବାର ।

ଆହା କି ମନ୍ଦ ଦେଲାଣି । ୩ ।

ଚଳଚଳ ବେଣୀ ।

କୁଟିଳ ଚାହାଣୀ ।

ହୃଦୟ ଦେଲା ମୋ ହାଣି । ୪ ।

ଭାଲେ ଗୋରଚନା ।

ଅଧର ରଙ୍ଗିମା ।

ସ୍ମିତଯୁତ ମୃଦୁବାଣୀ । ୫ ।

ଗଳେ ତାର ହାର ।

ହୃଦେ ବନମାଳ ।

ନିନ୍ଦେ ଚେଳ ସୌଦାମିନୀ । ୬ ।

ଚରଣେ କିଙ୍କିଣି ।

ପ୍ରେମେ ଅନୁକ୍ଷଣି ।

ଶବ୍ଦ କରେ କିଣିକିଣି । ୭ ।

ସେ ଶ୍ୟାମଳ ତନୁ ।

ଅନାଉଁ ଅତନୁ ।

ଶର ବିନ୍ଧେ ମୋତେ ଟାଣି । ୮ ।

ଶ୍ରୀମତୀଙ୍କ ଭାବ ।

ଗୌରଚନ୍ଦ୍ର ଦେବ

ଗଜପତି ସଦା ଭଣି । ୯ ।


Rate this content
Log in

Similar oriya poem from Classics