ପୁଣି ଦେଖ
ପୁଣି ଦେଖ
ଡଃ ଲକ୍ଷ୍ମୀ ନାରାୟଣ ଦାଶ
ତୁମେ ଆସିଥିଲ ମଳୟ ପବନେ
ପୀରତି ସୁବାସ ନେଇ
ଗଲା ବେଳେ ଦେଇ ଶୁଖିଲା ପତର
ବିରହୀ ଲୁହ ବୁହାଇ
ମାନେ ପଡେ ଆଜି ସେ ଦିନ ସୋହାଗ
କଟାକ୍ଷ ଚାହାଣି ତଳେ
ଲେଖିଗଲ କେତେ ନିରବିତ ଭାଷା
ହୃଦୟ ଫଳକ ପରେ
ସପ୍ନ ରାଇଜ ରାଣୀ କି ଗୋ ତୁମେ
ଚପଳା ଚମକ ପରି
ଝଲସାଇ ମୋର ସ୍ମୃତିର ମନ୍ଦିର
ଗଲ ଅନ୍ଧକାର କରି
ତବ ଆଗମନେ ଫୁଟା ପ୍ରୀତି ଫୁଲ
ଅଦିନେ ଗଲା ମଉଳି
ସବୁ ପଣ ଆଜି ମିଛ ପରି ଲାଗେ
ଭୋଜବାଜି ଖେଳ ପରି
ଆମ ଜୀବନର ସବୁଜ ସପନ
ରୂପ ରେଖ ନେବ କେବେ
ଭାବି ବସ ତୁମେ ବିଜନ ବେଳାରେ
ବୁଡ଼ି ବିସ୍ମୃତି ଗରଭେ l