STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୩

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୩

Classics

ପୁଣି ଦେଖ

ପୁଣି ଦେଖ

1 min
14K


ଡଃ ଲକ୍ଷ୍ମୀ ନାରାୟଣ ଦାଶ


ତୁମେ ଆସିଥିଲ ମଳୟ ପବନେ

ପୀରତି ସୁବାସ ନେଇ

ଗଲା ବେଳେ ଦେଇ ଶୁଖିଲା ପତର

ବିରହୀ ଲୁହ ବୁହାଇ


ମାନେ ପଡେ ଆଜି ସେ ଦିନ ସୋହାଗ

କଟାକ୍ଷ ଚାହାଣି ତଳେ

ଲେଖିଗଲ କେତେ ନିରବିତ ଭାଷା

ହୃଦୟ ଫଳକ ପରେ


ସପ୍ନ ରାଇଜ ରାଣୀ କି ଗୋ ତୁମେ

ଚପଳା ଚମକ ପରି

ଝଲସାଇ ମୋର ସ୍ମୃତିର ମନ୍ଦିର

ଗଲ ଅନ୍ଧକାର କରି


ତବ ଆଗମନେ ଫୁଟା ପ୍ରୀତି ଫୁଲ

ଅଦିନେ ଗଲା ମଉଳି

ସବୁ ପଣ ଆଜି ମିଛ ପରି ଲାଗେ

ଭୋଜବାଜି ଖେଳ ପରି


ଆମ ଜୀବନର ସବୁଜ ସପନ

ରୂପ ରେଖ ନେବ କେବେ

ଭାବି ବସ ତୁମେ ବିଜନ ବେଳାରେ

ବୁଡ଼ି ବିସ୍ମୃତି ଗରଭେ l


Rate this content
Log in

Similar oriya poem from Classics