Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ଗୋପନ ନଗ୍ର

ଗୋପନ ନଗ୍ର

1 min
6.7K



ଡ. ସନ୍ତୋଷ ଦେବତା

ଆତ୍ମୀୟ ହେଲେ ବି ,

ତିଥି ନ ଜଣେଇ ଆସିଲେ ଅତିଥି ।


ନାରୀ ହେଉ ବା ହେଉ ପୁରୁଷ ,

ସତର୍କ ନ ହେଲେ

ସିନ୍ଦୁକରୁ ଚୋରୀ ଯିବ ସାଇତା ରକତ....


ଛିଡାହୁଏନି ଗୋଡଭାଙ୍ଗି ଦୀର୍ଘ ସମୟ

କାହା ଦୁଆରେ ,

ଦୟାଶୀଳ ଦସ୍ୟୁ ପରି ସାରିଦିଏ କାମ

ସଅଳ ସଅଳ ପଡୋଶୀ ଘରେ ,

ଶୋଇଥିବା କୁକୁର ମୁହଁକୁ ଫିଙ୍ଗିଦେଇ

ବଶର କୈବଲ୍ୟ ।


ପ୍ରତ୍ୟେକ ଜୀବରେ ଥାଏ ଦେବଭାବ

ସାଧୁ ହେଉ ବା ହେଉ ଚୋର ,

ଅତିଥି ଦେବୋ ଭବ ।

ସେ ଶିଖାଏ , ଗୃହଶତ୍ରୁ ଭୟଙ୍କର....

ଜୀବନକୁ ଲୁଚାଅନି

ଘରର ପଛ ଦରଜା ବନ୍ଦ ରଖନି ,

ଜାଣିଯିବ ତମ ପାଇଁ କେହି ଜଣେ ,

କୋଉଠି ନା କୋଉଠି ,

ତିଆରି ରଖିଛି ଏକ ଗୋପନ ନଗ୍ର !



Rate this content
Log in

Similar oriya poem from Classics