STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୩

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୩

Classics

ଶୀତରେ ମିତ

ଶୀତରେ ମିତ

1 min
13.6K


ଶୁଦ୍ଧାଞ୍ଜଳି ମିଶ୍ର


ଧରଣି ରାଣୀକୁ ସଜାଇ ଦେଇ

ରଙ୍ଗ ବେରଙ୍ଗର ଫୁଲରେ

ଟୋପା ଟୋପା କାକର ବିନ୍ଦୁ ସ୍ପର୍ଶ ନେଇ

ଶୀତ ଆସି ପସରା ମେଲାଏ ....

ଋତୁ ଚକ୍ରର ଆବର୍ତ୍ତନରେ ....॥

କାକର ଟୋପାର ଧବଳ ଗାଲିଚା ବିଛାଏ

ପାହାନ୍ତି ପହର ଘାସ ପଡିଆରେ

ସଭିଙ୍କ ସହ ମିତ ବସି ଶୀତ

ମନକୁ ଉଲ୍ଲସିତ କରେ, ରୋମାଞ୍ଚ ଭରିଦିଏ

ଆନନ୍ଦମୟ ପରିବେଶରେ .....॥

ବାରମାସୀ ଗୋଲାପ, ଟଗର,ମନ୍ଦାର

ଫୁଲ ମାନେ ଆଡରୁଷା ଦିଅନ୍ତି

ମାଘମାସର ବାଘୁଆ ଶୀତରେ,

ଖରା ବର୍ଷାକୁ ଖାତିର ନ କରି

ଖଟିଥିବା ଚାଷୀର ମୁହଁରେ

ହସର ସମ୍ଭାର ଖେଳେ ....

ଦେଖି ମାଆ ଲକ୍ଷ୍ମୀ ଧାନ କ୍ଷେତରେ ...॥

କିନ୍ତୁ,

ବଦଳି ଯାଇଛି ହାଡଭଙ୍ଗାର ଶୀତର ସ୍ପର୍ଶ

ଲିଭି ଯାଇଛି ଚାଷୀ ଭାଇର ମୁଖରୁ ହସ

ଅଦିନିଆ ଝଡ ବର୍ଷା, ପ୍ରାକୃତିକ ବିପର୍ଯ୍ୟୟରେ,

ତଥାପି, ସେ ଆସୁଛି

କେଉଁଠି, କେମିତି, କେତେ ଦୂରରେ ......॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics