Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ପ୍ରାଚୀନ ଓଡ଼ିଆ କାବ୍ୟ କବିତା

Classics

3  

ପ୍ରାଚୀନ ଓଡ଼ିଆ କାବ୍ୟ କବିତା

Classics

ଚଉପଦୀ - ଆଜ ଶ୍ରୀ ଗୋଷ୍ଠ ଚନ୍ଦ୍ରମା

ଚଉପଦୀ - ଆଜ ଶ୍ରୀ ଗୋଷ୍ଠ ଚନ୍ଦ୍ରମା

1 min
6.6K


କବି - ଗୋପାଳକୃଷ୍ଣ ପଟ୍ଟନାୟକ

ରାଗ -ଆନନ୍ଦଭୈରବୀ ତାଳ - ଆଦିତାଳ


ଆଜ ଶ୍ରୀ ଗୋଷ୍ଠ ଚନ୍ଦ୍ରମା ସାଜିବା ସଜ

କେବେ ମୁଁ ଦେଖି ନାହିଁ ମା ।

କୋଟି ସ୍ମର ସୁଷମା ।

ନୟନ ସୁଖ ସୀମା ।

ଆହା ସେ ମଧୁରିମା ।

ନାହିଁ ଆଉ ଉପମା । ପଦ ।

ସୁନ୍ଦର ବେଣୀ ବ୍ୟାଳ ।

ରତନସାରେ ମଞ୍ଜୁଳ ।

ଅରାଳ ଶିଖଣ୍ଡଚୂଳ ।

ରାଜିତ ମାଳତୀମାଳ ।

କୁଟିଳ ନୀଳ କୋମଳ ।

ନିଟିଳ ଚୂର୍ଣ୍ଣ କୁନ୍ତଳ ।

ମଣ୍ଡିତ କମଳ କୋଳ ।

ଶିଶୁ ମଧୁବ୍ରତ ଜାଳ । ୧ ।

ମାରଧନୁ ଭୂରୁଲତା ।

ଗୋରଚନା ଚିତା ।

ଚାହିଁଲେ କେଉଁ ବନିତା ।

ରହିବକି ତାର ଚେତା ।

ନାସାର ନୂଆ ମୁକୁତା ।

ହା କୁଣ୍ଡଳ ଆନ୍ଦୋଳିତା ।

ଗଣ୍ଡ ସ୍ଥଳ ସୌଷ୍ଠବତା ।

ଭଲା ଗଢ଼ିଲା ବିଧାତା । ୨ ।

ଥାଉ ଆଉ ଭୂଷାଯାକ ।

କର୍ଣ୍ଣାଂଶେ ମଲ୍ଲୀ ସ୍ତବକ ।

ହୃଦୟର ଗଇରକ ।

ହଜାଇ ଦେଲା ବିବେକ ।

ଅଳି ସହ ବନଶ୍ରକ ।

ହାରାବଳୀର ପଦକ ।

କଟିର ପୀତ ଅଂଶୁକ ।

ସ୍ଥିର ଚପଳା ଝଟକ । ୩ ।

ଛନ୍ଦା ଚରଣ ଯୁଗକୁ ।

ମର୍କତ ଭଜାର୍ଗଳକୁ ।

ବଂଶୀ ନ୍ୟାସ ଅଧରକୁ ।

କି କଳନା ଚିବୁକକୁ ।

କେଣେ ଗଲି ଯମୁନାକୁ ।

ଚାହିଁଲି ନୀପ ମୂଳକୁ ।

ଲଭିଲି ଜଡ଼ ରୂପକୁ ।

ପାସୋରି ଦେଲି ଦେହକୁ । ୪ ।

ଗୋପାଳକୃଷ୍ଣ ଭାଷିଲା ।

ବେଳ ଅବସାନ ହେଲା ।

ଏବେ ଜରତୀ ଡାକିଲା ।

ସମୟ ଆସି ପାହିଲା ।

ବୋଲୁ ସ୍ମରଣା ହୋଇଲା ।

ପୁରକୁ ଯିବା ବୋଇଲା ।

ବେଳେ ପଦଜୁଳି ହେଲା ।

ମନ ଆଉ ନ ଆସିଲା । ୫ ।


Rate this content
Log in

Similar oriya poem from Classics