Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ପ୍ରାଚୀନ ଓଡ଼ିଆ କାବ୍ୟ କବିତା

Classics

2.5  

ପ୍ରାଚୀନ ଓଡ଼ିଆ କାବ୍ୟ କବିତା

Classics

ଚଉପଦୀ - ଦୂତୀ କହିବୁ ଗୋ

ଚଉପଦୀ - ଦୂତୀ କହିବୁ ଗୋ

1 min
6.7K


କବି - ଉପେନ୍ଦ୍ର ଭଞ୍ଜ

ରାଗ - ପରଳ ତାଳ - ଏକତାଳି


ଦୂତୀ କହିବୁ ଗୋ

ଚିତ୍ତଚୋରାଙ୍କୁ ଏତେକ ।

ଗତ ସ୍ନେହ ହରି ଗଲେ ଦୂର କରି

ଚିତ୍ତ ହୁଏ ଦକଦକ । ପଦ ।

ମନ୍ଦର ବେନି ମୋ ଉରରେ ଥିବାରୁ

ପନ୍ଦର ପଡ଼ିଲା ଶିରେ ।

ମଗା ପ୍ରୀତି ଦଗା ଜାଣି ମୁଁ ନଥିଲି

ଏହା ଥିଲା ମୋ କର୍ମରେ । ୧ ।

ଚବିଶ ପଦରେ କେଉଁ କାର୍ଯ୍ୟ ଅବା

ଦୁଇ ଯେବେ ହେଲା ଦୂର ।

ଅନ୍ତର ଆଠ ପରାୟେ ଏଣିକି ମୁଁ

ତିନି ଲଗାଅ ସତ୍ୱର । ୨ ।

ଧନ ସେବା ଦିନୁ ନବଯୌବନକୁ

ତାଙ୍କୁ ଭୋଗ କରାଇଲି ।

ଦୁଇପତି ଅରି ଆୟତ୍ତରେ ମୁଁ ଯେ

କେଡ଼େ ଦଶାକୁ ଲଭିଲି । ୩ ।

ପଚାରିବୁ ଦୂତୀ ମୁଁ ତାଙ୍କର ପରା

ଏବେ କାହାର ହୋଇବି ।

ରସିକ ହୋଇଲେ ଏ ଭାବ ଜାଣିବେ

ଉପଇନ୍ଦ୍ର ଭଞ୍ଜ ଭାବି । ୪ ।



Rate this content
Log in

Similar oriya poem from Classics