Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nrusingha Narayan Tripathy

Classics Others

4  

Nrusingha Narayan Tripathy

Classics Others

ମନର କଥା ସାହିତ୍ୟ ପରିବାର

ମନର କଥା ସାହିତ୍ୟ ପରିବାର

1 min
228



ମନର ଆବେଗ ପ୍ରକାଶ ମାଧ୍ୟମ

ଆମରି ଭାଷା ସାହିତ୍ୟ

ଅନାଦି କାଳରୁ ଧରିକି ସ୍ମୃତିକୁ

ଅବିରାମ ପ୍ରବାହିତ l


ସଂସ୍କୃତି ସଭ୍ୟତା ଭାଷା ନିବିଡ଼ତା

ବହନେ ଜାତିର ବାର୍ତ୍ତା

ପୂର୍ବ ପୁରୁଷଙ୍କ ଯଶ କୀର୍ତ୍ତି କୃତି

ବଖାଣେ ଜୀବନ ସତ୍ତା l


ଜେଜେ ବାପା ମାଆ ଠାରୁ ଶିଖୁ ଭାଷା

ପ୍ରିୟ ସେହି ମାତୃଭାଷା

ଦେଶ ମାତୃକାର ବନ୍ଧନ ଭାବର

ସାହିତ୍ୟ ର ପରିଭାଷା l


ଏବେ ନାହିଁ ନୀତି  ଚାହୁଁନା ପ୍ରଗତି

ସାହିତ୍ୟେ ରହୁନି ରୁଚି

ବିଦେଶୀ ଭାଷାର ପ୍ରଚାର ପ୍ରସାର

ଆଦରେ ନେଉଛୁ ବାଛି l


ହେଲେବି ବଞ୍ଚିଛି ବିସ୍ତୃତି ହେଉଛି

ଜନ୍ମି ଭାଷା ସେନାପତି

ଭାଷାର ପ୍ରସାର ପାଇଁକି ତାଙ୍କର

ଦେଉଛନ୍ତି ଦିନରାତି l


ରଞ୍ଜନ ନିହାର ସାହିତ୍ୟ ମନର

ପରିବାର ମଙ୍ଗଧର

ଆମ ପରିବାର ସ୍ନେହ ସମ୍ପର୍କର

ନାହିଁ ତାର ପଟ୍ଟାନ୍ତର l


ମଙ୍ଗଳ ବାରର ଭାବନା ମନର

ପ୍ରକାଶ ସୁଯୋଗ ଦିଏ

ଗୁରୁବାର ଗୀତ ଚିତ୍ର ଆଧାରିତ

ଚିନ୍ତା କରି କବି ଲେଖେ l


ପାଠକ ଆଗ୍ରହ ପାଇଁ ପୁରସ୍କାର

ଉଜ୍ଜ୍ୱଳ ଜ୍ୟୋତିଷ୍କ ମାନ

ମାସର ଶେଷରେ ପ୍ରତିଯୋଗିତାରେ

ଅଂଶୀଦାର ର ସମ୍ମାନ l


ପଥ ପ୍ରଦର୍ଶକ ନିହାର ରଞ୍ଜନ 

ଦେଇଥାନ୍ତି ପ୍ରୋତ୍ସାହନ

ହୁଏ ସଂଶୋଧିତ ନେଇ ତାଙ୍କ ମତ

 ଲେଖିଥାଏ ଗୀତମାନ l


କାମନା କରୁଛି ଶୁଭଦିନେ ଆଜି

ସାହିତ୍ୟର ହେଉ ଜୟ

ମନର କଥାରେ ସଂସ୍କାରିତ ହେଉ

ସମାଜେ ହଟାଇ ଭୟ l



Rate this content
Log in

Similar oriya poem from Classics