STORYMIRROR

Kalpana Satpathy

Classics Inspirational

4  

Kalpana Satpathy

Classics Inspirational

ମା ର କୋଳ

ମା ର କୋଳ

1 min
323

କେଉଁ ଦୁନିଆଁରୁ ଆସିଲି ମୁଁ ଚାଲି

ମା'ର କୋଳ ରେ ଜନମ ଲଭିଲି

ଉଷ୍ମତା ର ପରସ ପ୍ରଥମ ପାଇଲି

ମା'ର କୋଳ ର ପରସ ବୋଲି ମୁଁ ଜାଣିଲି।

ମା'ର ମୁହଁ ଟା ହେଲା ମୋର ହୃଦୟ ପ୍ରତିଛବି

ଅତି ମୁଁ ନିଜର ତା'ର ମୁଁ ହୋଇଲି

ଅମୃତ ର ପିୟୁଷ ର ବାଣୀ ଶୁଣି ଶୁଣି

ତା କୋଳରେ ମୁଁ ଆଶ୍ରୟ ନେଲି।

ପଣତ ର ଛାଇ ମୋ ପାଇଁ ଆଶିଷ

ମା ଟିଏ ହେଲା ମୋର ପ୍ରଥମ ଠିକଣା

କଥା ଲାଗେ ତା'ର କି ଅମୃତ ବୋଳା 

ହାତ ଧରି ଚାଲିବା ଶିଖାଇଲା

ମୋର ପ୍ରଥମ ଗୁରୁହୋଇ, ପଥ ସେ ଦେଖାଇ 

ମୋ ପଥରେ ସୂନେଲି କିରଣ ବୁଣି

ସପନର ବୀଜ ମନ୍ତ୍ରେ ମୋତେ ଗଢିଲା।

ଉଷ୍ଣପ୍ରସ୍ରବଣ ବାରୀ ଧାରା ପରି

ସୁଃଖ ର ସମ୍ଭୋଗ ଭରି,ମୋ ମନେ 

ଶକତି ଉଦ୍ରେକ କଲା ଶିହରିତ ମନପ୍ରାଣ

ମା'ର ସେ ଅଭୁଲା କୋଳ

ସମ୍ପର୍କ ର ନିବିଡ଼ତା ସୂତ୍ରରେ

ବାନ୍ଧି ଦୁନିଆଁ ର ଆଲୋକ ରେ

ଆଲୋକିତ କରି ନିରିମାଖି ହୋଇ ସବୁ ସହିଲା

ଅମୃତମୟ ତା ସ୍ପର୍ଶ

ଅଭୁଲା ସ୍ମୃତି ହୋଇ ମୋ

ମାନସ ପଟରେ ଚିତ୍ରିତ ହେଲା।



Rate this content
Log in

Similar oriya poem from Classics