ସମୟ ଚକ୍ର
ସମୟ ଚକ୍ର
ସମୟ ନିତିଦିନ ଗଢେ କାହାଣୀ,
ନିମିଷ ନିମିଷରେ ବଦଳେ କାହାଣୀ ।
ଆଜି ଦିଏ ଅଭିନବ ଅନୁଭବ,
କାଲି ଦିଏ ସ୍ମରଣୀୟ ବିଭବ ।
କ୍ଷଣ କ୍ଷଣ ଝର ପରିଖସି ଖସି ଯାଏ,
ସମୟର ନୂଆ ଧାରା ଦେଇ ଦେଇ ଯାଏ ।
ସମୟ-ଚକ୍ରର ଅଛି ଏକକ ନିର୍ଣ୍ଣୀତ ସାରଣୀ,
ଅନୁକ୍ଷଣ ନାହିଁ ଯାହାର କୌଣସି ନିର୍ଦ୍ଦିଷ୍ଟ ରହଣି ।
ଏହି ସୀମିତ କାଳରେ ଶୁଣନ୍ତୁ ଅମୃତବାଣୀ,
କାରଣ ମୁହୂର୍ତ୍ତ ମୁହୂର୍ତ୍ତ ସତତ ଏକ ମଉଡମଣି ।
କେହି ବୀ ନୁହନ୍ତି ସମୟର ଭାଇ ଭଉଣୀ,
ସମସ୍ତଙ୍କୁ ନିଷ୍ପକ୍ଷ ଭାବେ ପ୍ରଦାନ କରେ ସୁଯୋଗର ଖଣି ।
ବିଦ୍ୱାନ କରନ୍ତି ସମୟର ସର୍ବଶ୍ରେଷ୍ଠ ସଦୁପଯୋଗ,
ଜ୍ଞାନର ନିୟମିତ ଉପାର୍ଜ୍ଜନରେ କରନ୍ତି ସମୟ ବିନିଯୋଗ ।
ସମୟ-ଚକ୍ର ସମସ୍ତ ବେଳର ପ୍ରତ୍ୟକ୍ଷଦର୍ଶୀ,
କାଳଚକ୍ର ସଦା ପ୍ରାକୃତିକ ପରିସ୍ଥିତିର ମାର୍ଗଦର୍ଶୀ ।