Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Smitarani Barik

Classics

3  

Smitarani Barik

Classics

ସତୀତ୍ୱ ପରୀକ୍ଷା

ସତୀତ୍ୱ ପରୀକ୍ଷା

1 min
120



ତ୍ରେତୟା ର ସୀତା ସାଜିଛି ଆଜି ମୁଁ

    ସିନ୍ଦୂର ଖେଳିଲା ଖେଳ

ବିବାହ ମାତୃତ୍ୱ ଲାଭ କଲା ପରେ

   ଭାଙ୍ଗିଗଲା ପ୍ରେମ ଡାଳ ।


ସ୍ୱାମୀ ମୋ କହନ୍ତି "ଅସତୀରେ ଗଣା

   ମୁଁ ଗୋଟେ ଚରିତ୍ରହୀନା

ପର ଛୁଆ ନିଜ ଗରଭରେ ଧରି

   କରୁଛି କେତେ ବାହାନା ।


ପ୍ରଥମରୁ ତୁହି ପସନ୍ଦ ନଥିଲୁ

   ଚାଲି ଯାଆ ଘରୁ ମୋର

ଯଦି ତୁ ନ ଯାଉ ବଞ୍ଚିବି ମରିବୁ

   ସୁଖ କରି ଦେବି ପର ।


ବାହାଘର ମାସେ ନପୂରୁଣ ତୋର

    ମାତୃତ୍ୱ ପଡିଲା ଜଣା

ବାପଘରୁ ତୋର ରହିଛି ସମ୍ପର୍କ

   ଭାବିଥିଲୁ ଆମେ କଣା ।


ଶାଶୂ ମୋ କହନ୍ତି "ଏଡେ ଅଲାଜୁକି

   କଳଙ୍କ ଲଗେଇ ଦେଲୁ

ଗାଁଆ ପଡିଶାର ଲୋକ ନିନ୍ଦା ଆଣି

   ଘରେ ଆମ ପୂରାଇଲୁ ।


ଯେଉଁ ଟୋକା ସାଥେ କରୁଥିଲୁ ଲୀଳା

   ସିଏ ଲୋ କୁଆଡେ ଗଲା ?

ଆଉ କାହା ପାପ ମୋ ପୁଅ ମୁଣ୍ଡରେ

   ସବୁକିଛି ସରି ଗଲା ।


ଯାହା ଛୁଆ ନିଜ ପେଟରେ ଧରିଛୁ

   ତା ନାଁଆ ଆମକୁ କହ

ତୋର ବାପା ମାଆ ସାଥୀରେ ଚାଲି ଯା

  ଏଇଠି କ୍ଷଣେ ନ ରହ ।


ଯେତେ ବୁଝାଇଲି କିଛି ଶୁଣିଲେନି

   ଅପବାଦ ଖାଲି ଦେଲେ

ସ୍ୱାମୀ ମୋ ଏମିତି ମିଥ୍ୟା କଥା କହି

   ସତ ସବୁ ଲୁଚାଇଲେ ।


ବିବାହ ବାସିରୁ ସ୍ୱାମୀଙ୍କର ପ୍ରେମ

   ଥିଲା କେଡେ ରଙ୍ଗଯୁକ୍ତ

ମାଆ ହେବା କଥା ଯେଦିନୁ ଜାଣିଲେ

   ସବୁ ହୋଇଗଲା ତିକ୍ତ ।


ନାଟକ ରଚିଲେ ମିଥ୍ୟା କଥା କହି

  ମୋତେ କରିଦେଲେ ମୁକ

ସତୀତ୍ୱ ପରୀକ୍ଷା ଦେବି ମୁଁ ସ୍ୱାମୀଙ୍କୁ

   ମେଣ୍ଟାଇଣ ତାଙ୍କ ଭୋକ ।


ବିଜ୍ଞାନ ଯୁଗରେ ଅବିଜ୍ଞ ମୋ ସ୍ୱାମୀ

   ମାଆ ହେବା ଅଭିଶାପ

ଯେତେ ପ୍ରମାଣ ମୁଁ ଦେଲେ ବି ହଟୁନି

  ଦେହରୁ ଅସତୀ ଛାପ ।



Rate this content
Log in

Similar oriya poem from Classics