ଶବ୍ଦ
ଶବ୍ଦ
ମୁଁ ଯେତେବେଳେ
ନିଥିର ଶରୀରରେ ମୌନତ୍ବରେ ଥିଲି
ବର୍ଣ୍ଣସବୁ ଖୋଜା ଖୋଜି ହେଉଥିଲେ
ତାଙ୍କ ସାଙ୍ଗ ବର୍ଣମାଳା ମାନଙ୍କୁ
ଯୋଉଠି ସେମାନେ ଯୋଡ଼ି ହୋଇ
ଅର୍ଥ ପରିପ୍ରକାଶ କରିବେ
ଗୋଟେ ଶବ୍ଦ ହୋଇ ।।
କାଗଜ ଖୋଜୁଥାଏ କଲମର ସ୍ପର୍ଶ କୁ
ତାକୁ ଛୁଇଁ ସେ ଝର କଲମ
ଝରି ଯିବ ଗୋଟିଏ ହୃଦୟରୁ
ସ୍ବତପ୍ରବୃତ ହୋଇ ଅନ୍ୟ ହୃଦୟକୁ
ମୁଁ ଅନୁମାନ କଲି...
ମୋ ହାତ ଚ଼ାଳନାରେ ଯଦି
ଯୋଡ଼ି ହୋଇପାରେ
ଦୁଇଟି ପବିତ୍ର ଆତ୍ମାର
ଶବ୍ଦ କିସ ! ! ! ଲେଖି ଦେବି ନିଶ୍ଚୟ
ମାଳ ମାଳ ପଦର ସମ୍ଭାର
ହୋଇଯିବ ଗୋଟିଏ ପରିଚ୍ଛେଦ
ପୁଣି ଗୋଟିଏ ବିଷୟ ବିଶେଷ ।।
କାଗଜ ବକ୍ଷରେ ଯେବେ
ମୋ ମନର ଭାବ ପ୍ରବଣତା ଝରି
ଭିଜିଯିବ ଗୋଟା ଫର୍ଦ ଟିଏ
ଅମାନିଆ ଭାବର ଠାଣିରେ
ଶବ୍ଦ ସବୁ ଗୋଟି ଗୋଟି ହୋଇ
ମଜ୍ଜି ଯିବେ ପ୍ରେମର ରସରେ
ମୋର ମିଛ ମିଛ ଅହମିକା ସବୁ
ଭାଷି ଯିବ ଭାଷା ସାହିତ୍ୟରେ
ଆଉ କିଛି ଭାବିବା ଆଗରୁ
ମୁଁ ସ୍ବତପ୍ରବୃତ ଭାବେ ହଜି ଯାଇଥିବି
ଶବ୍ଦ ମାନଙ୍କ ଗହଣରେ ।।