Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anjana Naik,Deogarh

Classics

4.0  

Anjana Naik,Deogarh

Classics

ମୋ ପରିଚ଼ୟ.......

ମୋ ପରିଚ଼ୟ.......

1 min
209



ପାନ୍ଥଶାଳା ନୁହେଁ ମୋ ମନ କଳିକା

ଅହର୍ନିଶ ପ୍ରୀତିର ପରସେ 

ପଥିକଙ୍କ ପାଇଁ ବାଟ ଖୋଲିବ

ନୁହେଁ ସେ ବିରହୀ ଗଙ୍ଗଶିଉଳି ମୁଁ 

ଯେ ରାତିରେ ମହକି ଚ଼ଉଦିଗ ବାସି 

ସକାଳରେ ପୁଣି ଝରି ପଡ଼ିବ ।


କକ୍ଷଚ୍ୟୁତ ତାରା ନୁହେଁ ଗଗନର

ଅବେଳରେ ଖସି ଧୂମକେତୁ ହୋଇ

ଆକାଶ ବକ୍ଷରେ ବିଲୀନ ହେବ

ମୋ ପରିଚ଼ୟ ଅକ୍ଷୟ ଅଜୟ 

ମେଘୁଆ ରାତିରେ ଜହ୍ନ ରାଇଜରେ 

ମୁକ୍ତା ସମ ଦୂର ଝାମ୍ପୁରା ଗଛରେ

ଖଦ୍ୟୋତ ହୋଇ ସେ ଝଟକୁଥିବ ।


Rate this content
Log in

Similar oriya poem from Classics