Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidyadhar Mantry

Abstract Classics Inspirational

3  

Bidyadhar Mantry

Abstract Classics Inspirational

ଗାନ୍ଧୀ ନାମ ,ରହିଛି ରହିବ।

ଗାନ୍ଧୀ ନାମ ,ରହିଛି ରହିବ।

1 min
194



ବିଷମ ପରିସ୍ଥିତି ଏଇ ଦେଶ ମଥାରେ

ଦେଶବାସୀଙ୍କୁ ପ୍ରଶ୍ନ ବି ଅଛି

ରାଜନୀତି ଆଢ଼ୁଆଳେ ଶକ୍ତି ହୋଇ ପ୍ରାପ୍ତ

କପୋତ ଡେଣା ଶକ୍ତ ହୋଇଛି।

କାଉ ରଡ଼ି ଶୁଣି କୋଇଲି ରହେ ନୀରବ

ଗଧିଆ ମେଳରେ ସିଂହ ଶୁପ୍ତ

ମହାନତାକୁ ଶାପ ପାଇଁ ପ୍ରତିଯୋଗିତା

କ୍ଷମତା ହାସଲ ପାଇଁ ବ୍ୟସ୍ତ।

ସୂର୍ଯ୍ୟ ପ୍ରତି ଛେପ ପକେଇବା ପାଇଁ ଦୌଡ଼

ଆଖି ଥାଇ ସତେ ଅନ୍ଧ ପରି 

ଅଯଥା ପ୍ରତିଶ୍ରୁତି,ସୁଆଦିଆ ଭାଷଣ

କ୍ଷମତା ପ୍ରାପ୍ତି ହିଁ ସର୍ବୋପରି।


ଗାନ୍ଧୀ ଥିଲେ ସରଳତାର ଉଦାହରଣ

ସତ୍ୟ ଓ ଅହିଂସାର ପୁଜାରୀ

ଅହିଂସା ରୂପକ ଟର୍ଚ୍ଚ ର ତେଜ ଆଲୋକ

ଇଂରେଜଙ୍କ ପାଇଁ ଥିଲା ଭାରୀ ।

ଗାନ୍ଧିଜୀ ନିଜେ ଧରିଥିଲେ ଅହିଂସା ଅସ୍ତ୍ର

ଗାନ୍ଧୀ ଥିଲେ ନିଜେ ସମ୍ବିଧାନ

ଗାନ୍ଧିଜୀଙ୍କ ଆଚରଣ ଅପରିବର୍ତ୍ତନୀୟ

ସତେ ଯେପରି ଏକ ଆଇନ।

ଗାନ୍ଧୀବାଦ ଅଟେ ଏ ଦେଶ ଜାତିର ଆତ୍ମା

ଭାରତର ଅବଶ୍ୟ ସ୍ଲୋଗାନ

ଗାନ୍ଧିଜୀଙ୍କ ଦର୍ଶନ ବି ଏକ ତୀର୍ଥ ସ୍ଥାନ

ନିହାତି ପବିତ୍ର ସେହି ସ୍ଥାନ ।

ଗାନ୍ଧୀଙ୍କ ଧାରଣା ଦେଶର ପବିତ୍ର ଗ୍ରନ୍ଥ

ବିଶ୍ୱାସର ସତ୍ୟ ମୁଖବନ୍ଧ

ସ୍ଵର୍ଗ ଯେପରି ଏକ ପବିତ୍ରତାର ସ୍ଥାନ 

ବିଶ୍ଵାସର ହିଁ ଏକ ପ୍ରବନ୍ଧ।

ଜାତିର ଚେତନା ଅଟେ ଜାତିର ଭାବନା

ସାମୁହିକ ଭାବରେ ଭାବନା

ସେହି ଏକତା ହେଉଛି ଜାତିର ବିଶ୍ୱାସ

ମହାନତା ଅଟଇ ଚେତନା।

ରାଜପଦ ଓ କ୍ଷମତାବିହୀନ ସମ୍ରାଟ

ନାମ ସଦା ମହାତ୍ମା ଗାନ୍ଧୀ

ସୁହାଗିନୀ ନାରୀ ମଥାରେ ସିନ୍ଦୂର ପରି

ଦେଶର ସୁହାଗ ଅଟେ ଗାନ୍ଧୀ।


ନାଳ-ନର୍ଦ୍ଦମାର ପୋକ କୀଟ ଏହି ଠାରେ

ନିତିଦିନ ଗାଳି କରୁଛନ୍ତି

ଶାଗୁଣା ମାନେ କିପରି ଏ ଦେଶ ମାଟିରେ

ବୀଜ ବୁଣି ରହି ପାରୁଛନ୍ତି।

ସଧବା ନାରୀର କପାଳରେ ଶୋଭାପାଏ

ବିନ୍ଦୀ ବିନା ଅନ୍ୟ କିଛି ନୁହଁ

ସମସ୍ତଙ୍କ ହୃଦୟରେ ଯିଏ ରହିଅଛି

ରାଜଘାଟ କ'ଣ ହେବ କୁହ !

ଦୁର୍ବଳ ମନା ବ୍ୟକ୍ତି ଆରମ୍ଭ କରିଛନ୍ତି

ନିଜ ଶକ୍ତି ପରୀକ୍ଷା କରିବା

ମନ୍ତ୍ରଣା ଚାଲୁଛି ଗାନ୍ଧୀଙ୍କ ମହାନତାକୁ

ଏବେ ଚାଲ ପରାସ୍ତ କରିବା।

ସୂର୍ଯ୍ୟଙ୍କ କିରଣ ଲିଭାଇବାକୁ କିଏ ବା

କିପରି ସେ ସମର୍ଥ ହୋଇବ !

ତାରକା ହୋଇ ଝଲସି ଉଠୁଛି ଆଲୋକ

ଗାନ୍ଧିଜୀଙ୍କ ନାମର ପ୍ରଭାବ

ଆକାଶରେ ତାରା ମେଳରେ ଚନ୍ଦ୍ରମା ପରି

ସର୍ବଦା ଚମକ ହିଁ ରହିବ

ଯୁଗ ଯୁଗ ଧରି ପ୍ରତ୍ୟେକ ଚିନ୍ତାଧାରାରେ 

ଗାନ୍ଧୀ ନାମ ରହିଛି ରହିବ।












Rate this content
Log in

Similar oriya poem from Abstract