ଭୋକ
ଭୋକ
ଆଜି ଜୀବନ ଜୀଇଁବା ପାଇଁ
ପ୍ରତିମୁହୂର୍ତ୍ତ କରିବାକୁ ପଡେ ସଂଘର୍ଷ
ପ୍ରତିଟି କ୍ଷେତ୍ରରେ କରିବାକୁ ପଡେ ସଂଗ୍ରାମ
କୁକୁର ସଂଗେ ହେବାକୁ ପଡେ କୁକୁର
ଆଉ ହଜିଯାଏ ବିବେକ
ହଜିଯାଏ ଲଜ୍ଜା ଇଜତ
ଯେବେ ପେଟରେ ନିଆଁ ଜଳେ
ଭୋକ ପସରା ମେଲି ll
ଆଜି ସମସ୍ତେ ଭୋକିଲା
କିଏ ପେଟ ପାଇଁ, କିଏ ଟଙ୍କା ପାଇଁ
କିଏ କ୍ଷମତା ପାଇଁ, କିଏ ହୃଦୟ ପାଇଁ
ପୁଣି ଆଉ କିଏ ଶସ୍ତା ଲୋକପ୍ରିୟତା ପାଇଁ
ଏ ଭୋକ ର ନିଆଁ
ଏତେ ଯେ ତୀବ୍ର
କ୍ଷଣିକ ଭିତରେ ଜାଳି ପୋଡି ପାଉଁଶ କରିଦିଏ
ବିବେକକୁ ମନକୁ
ଆଉ ମଣିଷ ପଣିଆକୁ
ଆଉ ହଜେଇ ଦିଏ ନିଜକୁ
ନିଜର ବ୍ୟକ୍ତିତ୍ୱ ଆଗରେ
ବଳି ପଡ଼ିଯାଏ ନିଜ ସ୍ୱାଭିମାନ ଆଗରେ ll
