STORYMIRROR

DR SAMIR RANJAN BEHERA

Abstract Inspirational

4  

DR SAMIR RANJAN BEHERA

Abstract Inspirational

ଭୋକ

ଭୋକ

1 min
379


   ଆଜି ଜୀବନ ଜୀଇଁବା ପାଇଁ 

   ପ୍ରତିମୁହୂର୍ତ୍ତ କରିବାକୁ ପଡେ ସଂଘର୍ଷ 

   ପ୍ରତିଟି କ୍ଷେତ୍ରରେ କରିବାକୁ ପଡେ ସଂଗ୍ରାମ 

   କୁକୁର ସଂଗେ ହେବାକୁ ପଡେ କୁକୁର 

   ଆଉ ହଜିଯାଏ ବିବେକ 

   ହଜିଯାଏ ଲଜ୍ଜା ଇଜତ 

   ଯେବେ ପେଟରେ ନିଆଁ ଜଳେ

   ଭୋକ ପସରା ମେଲି ll


  ଆଜି ସମସ୍ତେ ଭୋକିଲା 

  କିଏ ପେଟ ପାଇଁ, କିଏ ଟଙ୍କା ପାଇଁ 

  କିଏ କ୍ଷମତା ପାଇଁ, କିଏ ହୃଦୟ ପାଇଁ 

  ପୁଣି ଆଉ କିଏ ଶସ୍ତା ଲୋକପ୍ରିୟତା ପାଇଁ 

  ଏ ଭୋକ ର ନିଆଁ 

  ଏତେ ଯେ ତୀବ୍ର 

  କ୍ଷଣିକ ଭିତରେ ଜାଳି ପୋଡି ପାଉଁଶ କରିଦିଏ 

  ବିବେକକୁ ମନକୁ 

  ଆଉ ମଣିଷ ପଣିଆକୁ 

  ଆଉ ହଜେଇ ଦିଏ ନିଜକୁ 

  ନିଜର ବ୍ୟକ୍ତିତ୍ୱ ଆଗରେ 

  ବଳି ପଡ଼ିଯାଏ ନିଜ ସ୍ୱାଭିମାନ ଆଗରେ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract