Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidyadhar Mantry

Classics Inspirational Others

4  

Bidyadhar Mantry

Classics Inspirational Others

ମନର ମୂଳେ ଏ ଜଗତ

ମନର ମୂଳେ ଏ ଜଗତ

2 mins
8



ଆର୍ଯ୍ୟ ଋଷିଙ୍କର ମତ ଆଧାରରେ 

ମନର ରହସ୍ୟ ଭେଦ

ମନ, ବୁଦ୍ଧି, ଚିତ୍ତ ପୁଣି ଅହଙ୍କାର

ଅନ୍ତଃକରଣେ ପ୍ରଭେଦ

ସଂସାର ସଂକଳ୍ପ ଅନ୍ତଃକରଣରେ

' ମନ ' ନାମରେ ନାମିତ

ସ୍ଥିରୀକୃତ ହେଉଥିବା ବିଷୟ କୁ

' ବୁଦ୍ଧି ' ନାମରେ କଥିତ

ଅନ୍ତଃକରଣ ରେ 'ମୁଁ ' ର ପ୍ରବେଶ

ନାମ ବହେ 'ଅହଙ୍କାର ' 

ପରମାତ୍ମାଙ୍କର ଚିନ୍ତନ ହୃଦୟେ

' ଚିତ୍ତ ' ନାମେ ଆଖ୍ୟା ତା'ର

ମନ କୁ ଯେ ଜିଣେ ଜିଣଇ ଜଗତ

ପରୀକ୍ଷିତ ଏହି ମତ 

ସ୍ଵର୍ଗ କୁ ନର୍କ,ନର୍କ କୁ ସ୍ଵର୍ଗ ନିମିଷକେ 

ମନ କରେ ପରିଣତ

ମନ ନିୟନ୍ତ୍ରଣ ବଳେ ଅଭିବୃଦ୍ଧି

ଆପେ ହୁଏ ସଂଘଟିତ

ମନ ଦ୍ଵାରା ପରିଚାଳିତ ହୋଇଲେ

ଅଧଃ ପତନ ନିଶ୍ଚିତ

ଅଡ଼ୁଆ ସୂତାକୁ ସଜାଡି ପାରିବା 

ହୁଏତ ସମ୍ଭବପର

ମନ କିନ୍ତୁ ଯଦି ଛନ୍ଦି ମନ୍ଦି ହୁଏ

ସଜାଡ଼ିବା କଷ୍ଟକର


ଶକ୍ତ ଆଉ ଚଳ ଚଞ୍ଚଳ ପ୍ରାୟତଃ 

ମଣିଷର ନିଜ ମନ

ନିୟମିତ ବୈରାଗ୍ୟ ଯୁକ୍ତ ଭାବନା

ବଳେ ମନ ନିୟନ୍ତ୍ରଣ

ମନ ସହ ଏକାଦଶ ଇନ୍ଦ୍ରିୟ ର 

ସବୁରି ମୂଳରେ ମନ

ପରିଚାଳକ ସହ ଭବ୍ୟ ନିୟାମକ

ଚଞ୍ଚକତା ଭରା ମନ 

ଇନ୍ଦ୍ରିୟଙ୍କ ରାଜା ଭାବେ ହୁଏ ଗଣା

ସର୍ବେ ମନର ଅଧିନ 

ଜୀବର ବନ୍ଧନ ଓ ମୋକ୍ଷ ର କର୍ତ୍ତା 

ସବୁରି ମୂଳରେ ମନ

ବିଷୟା ରସ ରେ ଆସକ୍ତ ହୋଇଲେ

ବନ୍ଧନ ଭିତରେ ମନ

ସଂସାର ର ମୋହ ମାୟା ନ ରହିଲେ

ଆପେ ଶୁଦ୍ଧ ହୁଏ ମନ


ମନର ସ୍ବଭାବ ପ୍ରାୟତଃ ନିମ୍ନକୁ

ଉର୍ଦ୍ଧଗାମୀ ବି ସମ୍ଭବ

ପରମାତ୍ମା ସହ ସମ୍ପର୍କ ସ୍ଥାପନେ

ମନ ଉର୍ଦ୍ଧଗାମୀ ହେବ

ମନ ଅଟେ ସବୁ ଠାରୁ ବେଗଗାମୀ 

ପବନ ଠୁ ବି ଆଗରେ

ନିମିଷକେ ସର୍ବ ପୁରେ ପ୍ରବେଶଇ 

ବହୁ ମୁଖୀ ଚେତନାରେ

ବହିର୍ମୁଖୀ ଅନ୍ତର୍ମୁଖୀ ବିଷୟରେ

ଭାବନା ଜାଗି ମନରେ

ଉଭୟ ବିଷୟ ସହିତ ଭାବନା

ହୁଏ ଏକା ସମୟରେ


'ମଳ ' 'ବିକ୍ଷେପ ' ଆଉ ଆବରଣ ଦୋଷ

ରହିଛି ମନ ମଧ୍ୟରେ

ଅବିଦ୍ୟା ହିଁ 'ମଳ ' ଚଞ୍ଚଳ ' ବିକ୍ଷେପ '

ଅହମ୍ ଆବରଣରେ

ମନରେ ବିକାର ଭାଵନା କ୍ରମଶଃ

ରୋଗ ବ୍ୟାଧି ଶରୀରରେ

ନୀତି ଭ୍ରଷ୍ଟ ସହ ନିଜ ପରମାୟୁ

ଶେଷ ହୁଏ ଅକାଳରେ


କେଉଁ ନିଭୃତ କୋଣରେ ଅଛି ମନ

କେବଳ ହୁଏ ଅନୁଭବ

ଦେଖିବା ଛୁଇଁବା ନୁହଇ ସମ୍ଭବ

ଭାବନାରେ ହିଁ ଭାବ

ମନ ହିଁ ସର୍ବଦା ସ୍ଵାଧୀନ ସ୍ଵତନ୍ତ୍ର

ମାର୍ଗ କରେ ନିୟୋଜନ

ଉଚିତ ମାର୍ଗରେ ରହିଥିଲେ ମନ

ଜୀବନ ହୁଅଇ ଧନ୍ୟ 

ଆକାଶ ସମାନ ଅନନ୍ତ ଅମାପ 

ମଣିଷର ନିଜ ମନ

ସମୁଦ୍ର ପରି କେବେ ଶାନ୍ତ-ଅଶାନ୍ତ

ଚିନ୍ତା ଚେତନାର ମନ 


ଛନ୍ଦି ହୋଇ ସଂସାର ମୋହ ମାୟାରେ

ବିଚଳିତ ହୁଏ ମନ

ଭୌତିକ ସୁଖ ଓ ଲାଳସା ସହିତ

ଅର୍ଥ ଉପାର୍ଜନେ ମଗ୍ନ

ମୌଳିକ ସୁବିଧା ସୁଯୋଗ ପ୍ରାପ୍ତିରେ

ମନ ହେଉନି ସନ୍ତୁଷ୍ଟ

ଅସୁମାରୀ ଆଶା କରି ଦିନରାତି

ଶରୀର ଭୋଗୁଛି କଷ୍ଟ

ଖାଦ୍ୟ ପୋଷାକ ବାସଗୃହ ବ୍ୟତୀତ

ସୁଖ-ଭୋଗ ର ଲାଳସା

ଅନୈତିକ ଉପାୟରେ ଧନ ବୃଦ୍ଧି

ମନରେ ବାନ୍ଧୁଛି ବସା

ଏକମାତ୍ର ପ୍ରାଣୀ ସୃଷ୍ଟିରେ ମଣିଷ

କରେ ଅର୍ଥ ରୋଜଗାର

ବୈଭବ ପ୍ରାପ୍ତି ସହ ଭୋଗ ବିଳାସ

ଆଶା ଆଶାୟୀ ମନର

ଏ ଧରାରେ ପାଦ ଦେବା ସମୟରେ

ଥାଏ ଉଲଗ୍ନ ଶରୀର

ବିଦାୟ ସମୟ ସେହି ପ୍ରକାରର

ଧରାରେ ମିଶେ ଶରୀର

ଜୀବନରେ ମୃତ୍ୟୁ ଅଟେ ଅନିବାର୍ଯ୍ୟ

ତଥାପି ବୁଝେନି ମନ

ସତେ ଅବା ଅମର ହୋଇ ରହିବ

ମାୟାରେ ମୋହିତ ମନ ।


ଶୈଶବ ରେ ସାଙ୍ଗ ସାଥୀ ଚପଳାମି

ବିତିଲା ଖେଳରେ ଦିନ

ଖେଳରେ ଖେଳରେ ସାଥିଙ୍କ ମେଳରେ

ଆନନ୍ଦିତ ହେଲା ମନ

ଯୁବା ବୟସରେ ପ୍ରେମ ମହକରେ

ମନ ଖୋଜେ ନୂଆ ମନ

ନୂଆ ସାଥୀ ଖୋଜି ସଂସାର ବନ୍ଧନେ

ବାନ୍ଧି ହୋଇ ରହେ ମନ

ଅର୍ଥ ଯଶ ସମ୍ମାନ ଆଶାରେ ମନ

ଦିନରାତି ଚିନ୍ତା ମଗ୍ନ

ବାର୍ଦ୍ଧକ୍ୟ ର ଦ୍ଵାର ଦେଶେ ଉପନୀତ

କ୍ଷୀଣ ଦେହେ ଥକା ମନ

କେଉଁ ମୁହୂର୍ତ୍ତରେ ପ୍ରାଣବାୟୁ ଛାଡ଼ି

ଚାଲିଯିବ ଏ ଘଟରୁ

ରେ ମନ, କିଛି ଯିବ ନାହିଁ ସାଥିରେ 

ତନ ମନ ଏ ସଂସାରୁ ।

ତନ ସହ ମନ ମିଶିବ ଧରାରେ

ନାମ ବି ଉଭେଇ ଯିବ

କେବଳ ମାନ ସମ୍ମାନ ଯଶ କୀର୍ତ୍ତି  

ଅକ୍ଷୁର୍ଣ୍ଣ ହୋଇ ରହିବ

ବଞ୍ଚିଥିଲେ ତନ ମୋର ମନ ମୋର

ସବୁ କହୁ ମୋର ମୋର

ଧନ ସମ୍ପଦ ନିନ୍ଦା ଅପବାଦ ସବୁ

ରହିବ ନାମ ପଛର

ପରୋପକାର ସେବା ଓ ଦାନ ପୁଣ୍ୟ

ମନରେ ସଦା ରହୁ

ସୁକର୍ମ ସହିତ ସୁନାମ ଅର୍ଜ୍ଜନେ 

ମନ ନିୟୋଜିତ ହେଉ ।।


Rate this content
Log in

Similar oriya poem from Classics