STORYMIRROR

Madhabi Patel

Abstract

4  

Madhabi Patel

Abstract

ଶୁଖିଲା ପତ୍ର

ଶୁଖିଲା ପତ୍ର

1 min
364


ଶୁଖିଲା ପତ୍ରର ମର୍ମର ବ୍ୟଥା କେ

ବୁଝିକି ପାରିଛ କୁହ

ମାଆର କୋଳରୁ ହୋଇ ସେ ବିଚ୍ୟୁତ

ଝରାଇଛି କେତେ ଲୁହ।

ସବୁଜ ସମ୍ଭାର ସଜାଇ ଦିନେ ସେ

ଦିସୁଥିଲା ରମଣୀୟ

ଅଦିନ ବତାସ ଆସି ଛିଣ୍ଡେଇଲା

ହଜିଲା ତାର ଆଶ୍ରୟ।

ବତାସରେ ଉଡି ଚାଟି ଧୂଳି ମାଟି

ଶୁଷ୍କ ମର୍ମର ଯେ ଏବେ

ମନର ଭିତରେ କେତେ ତା ବେଦନା

ବୁଝି କି ପାରିବ କେବେ।

ଝରା ପତ୍ର ସିଏ ଚାଲିଗଲା ପରେ

ଆସିବ ନବ ପଲ୍ଲବ

ଶୁଷ୍କ ତରୁ ପୁଣି ପଲ୍ଲବି ଉଠିବ

ଧରି ସବୁଜ ବିଭବ।

ହେଲେ କିଏ ତାକୁ ମନେ କି କରିବ

ତାହାର ସେ ଯୋଗଦାନ

ଯାହା ପାଇଁ ବୃକ୍ଷ ହେଇ ବପୁବନ୍ତ

ନିଜକୁ କରିଛି ଧନ୍ୟ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract