STORYMIRROR

Chittaranjan Lenka

Inspirational Others Abstract

3  

Chittaranjan Lenka

Inspirational Others Abstract

ଭୋଳା ବାବା

ଭୋଳା ବାବା

1 min
13.9K


ଶ୍ରାବଣ ମାସରେ      ବହେ ଜଳଧାରା

ସବୁଆଡେ ଜଳ ପୂର୍ଣ୍ଣ

ତଥାପି ଜଳୁଛି        ଜଳ ଖୋଜୁଅଛି

ଭୋଳାବାବା ପଞ୍ଚାନନ


ସେଥିପାଇଁ ପରା        ଭକତ ଦଉଡେ

କାନ୍ଧରେ ଧରି କାଉଡି

ବମ୍ ବମ୍ ଭୋଳା         ଶବଦ କରିଣ

ଯାଆନ୍ତି ଧାଡିକି ଧାଡି


ଦେଖିଲେ ଭକତି       ଆସଇ ମନରେ

ଭ୍ରାତୃ ପ୍ରେମ ଯାଏ ବଢି

ଭୋଳା ବାବା ଖେଳ  ଦେଖ ହେ କେମିତି

ଦେଇଛନ୍ତି ଲୀଳା ଯୋଡି


ଭକତି ଜଳରେ       ଧୋଇ ଦିଅ ଭାଇ

ଭୋଳାବାବାର ଚରଣ

ଜଗତ ପାଇଁ ଯେ       ନିଜେ ଜଳୁଅଛି

ଅଛି କେ ହେବ ତା ସମ???


ଚିତ୍ତ ରଞ୍ଜନ ଲେଙ୍କା (କଟକ)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational