STORYMIRROR

Bidyadhar Mantry

Drama Classics Inspirational

4  

Bidyadhar Mantry

Drama Classics Inspirational

ଶୁଭ ଅନୁକୂଳ ତିଥି

ଶୁଭ ଅନୁକୂଳ ତିଥି

2 mins
30


ଶୁଭ କାର୍ଯ୍ୟ ପାଇଁ ଅନୁକୂଳ ତିଥି

ପ୍ରଚଳିତ ସମାଜରେ

ଅମୃତ ବେଳାରେ କାର୍ଯ୍ୟାରମ୍ଭ ପନ୍ଥା 

ପରମ୍ପରା ଆଧାରରେ

ନିର୍ଦ୍ଦିଷ୍ଟ ଦିନ ବି ମାନ୍ୟତା ରହିଛି

ଅନୁକୂଳ ଉଦ୍ଦେଶ୍ୟରେ

ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା 

ଶୁଭ ପ୍ରତି ମୁହୂର୍ତ୍ତରେ

ଅକ୍ଷୟ ତୃତୀୟା ନାମେ ପରିଚିତ

ସର୍ବ କାର୍ଯ୍ୟ ପାଇଁ ଶୁଭ

ଲଗ୍ନ-ମୁହୂର୍ତ୍ତ ର ପାର୍ଥକ୍ୟ ନ ଥାଏ

ଦିନ ସାରା ଶୁଭା ଶୁଭ 


ଏ ତିଥିରେ ସୂର୍ଯ୍ୟ-ଚନ୍ଦ୍ର ଅବସ୍ଥାନ 

ଉଚ୍ଚ ରାଶିରେ ନିଦାନ

ଜ୍ୟୋତିଷ ଶାସ୍ତ୍ର ଆଧାରରେ ମହତ୍ତ୍ଵ

ଅକ୍ଷୟ ତୃତୀୟା ଦିନ 

ଉକ୍ତ ଦିନ ପବିତ୍ର ନଦୀରେ ସ୍ନାନ

ପୁଣି ଲକ୍ଷ୍ମୀଙ୍କ ପୂଜନ

ସୁଖ ସମୃଦ୍ଧି ଏବଂ ଅକ୍ଷୟ ଫଳ

ପ୍ରାପ୍ତି ରେ ଜୀବନ ଧନ୍ୟ 


ଯେଉଁ ତିଥି ଦିନ ପ୍ରତି ମୁହୂର୍ତ୍ତରେ

କାର୍ଯ୍ୟାରମ୍ଭ ସମ୍ଭାବନା

ସେ' ମୁହୂର୍ତ୍ତ ଆବୁଝା ବା ସ୍ଵୟଂ ସିଦ୍ଧ

ଭାବେ ହୁଏ ବିବେଚନା

ଶାସ୍ତ୍ର ଅନୁଯାୟୀ ଅକ୍ଷୟ ତୃତୀୟା 

ଏକ ଆବୁଝା ମୁହୂର୍ତ୍ତ ତିଥି

ଯେ କୌଣସି ଶୁଭ କାର୍ଯ୍ୟର ଆରମ୍ଭ

ଉକ୍ତ ତିଥିରେ ସମ୍ପ୍ରତି 

ଶାସ୍ତ୍ର ମତେ ବୈଶାଖ ଶୁକ୍ଳ ତୃତୀୟା 

ତିଥି ସବୁ ଠାରୁ ଶୁଭ

ଉକ୍ତ ଅକ୍ଷି ବା ଅକ୍ଷୟ ତୃତୀୟା ରେ

ସବୁ କାର୍ଯ୍ୟ ଶୁଭାରମ୍ଭ

ମାନ୍ୟତା ରହିଛି ଆମ ସମାଜରେ

କାର୍ଯ୍ୟାରମ୍ଭ ଏହି ଦିନ

କ୍ଷୟ ନାହିଁ ସେହି କାର୍ଯ୍ୟ ସମ୍ପାଦନେ

ଅନ୍ୟ ଅର୍ଥରେ ଅକ୍ଷୁର୍ଣ୍ଣ

ଶ୍ରୀମନ୍ଦିରେ ଚନ୍ଦନ ଯାତ୍ରା ଆରମ୍ଭ 

ହୋଇଥାଏ ଏହିଦିନ

ପୁଣି ରଥ ତିଆରି କାର୍ଯ୍ୟ ଆରମ୍ଭ 

ଅକ୍ଷୟ ତୃତୀୟା ଦିନ 


ଶୁଭ ଦିନର ମାନ୍ୟତା ସହ ହୁଏ

ଅକ୍ଷି ମୁଠି ର ବିଧାନ

ଗୃହ ନିର୍ମାଣ ,ନିର୍ବନ୍ଧ ଓ ବିବାହ

କାର୍ଯ୍ୟ ହୁଏ ଆୟୋଜନ

ଅକ୍ଷୟ ତୃତୀୟା ଅମୃତ ବେଳାରେ 

ଚାଷୀ ବୁଣେ ଅକ୍ଷି ମୁଠି

ହଳଦୀ ,ଚନ୍ଦନ,ସିନ୍ଦୂର ବୋଳା ର 

ବିହନ ହିଁ ଅକ୍ଷି ମୁଠି

ପତ୍ନୀ ଠାରୁ ବିହନ ପୂର୍ଣ୍ଣ ଗଉଣୀ

ପୁଣି ଟୋକେଇ ରେ ପିଠା

ଶଙ୍ଖ ହୁଳହୁଳି ଧ୍ଵନୀ ସହିତରେ

ହଳ ଲଙ୍ଗଳ ଏକଠା 

ଲକ୍ଷ୍ମୀ ଠାକୁରାଣୀଙ୍କୁ ଭୋଗ ଲଗାଇ 

ନୈବେଦ୍ୟ କୁ ପୋତା ଯାଏ

ଇଶାନ କୋଣରେ ପୋତି ସେ' ନୈବେଦ୍ୟ

କ୍ଷେତେ ହଳ ବୁଲାଯାଏ 

ମୁଠା ମୁଠା ବିହନ ବୁଣି ଖୁସିରେ

ଶୁଭ ମନାସି ମନରେ

ଚାଷୀ ହୃଦେ ଭଲ ଅମଳର ଆଶା

ନିଜ ଚିନ୍ତା ଚେତନାରେ


କିମ୍ବଦନ୍ତୀ କହେ ଗଙ୍ଗା ଉକ୍ତ ଦିନ

ପ୍ରବାହିତ ପୃଥିବୀରେ

ଏହି ଦିନ ତ୍ରେତୟା ଯୁଗ ଆରମ୍ଭ 

ବର୍ଣ୍ଣନା ଧର୍ମ ଗ୍ରନ୍ଥରେ

ଅକ୍ଷୟ ତୃତୀୟା ପୁଣ୍ୟ ତିଥିରେ

ସୁଦାମା ଶ୍ରୀକୃଷ୍ଣ ଭେଟ

ଦାରିଦ୍ର୍ୟତା ଅନ୍ତ ହେବା ସହିତରେ

ଦୂରୀଭୂତ ସବୁ କଷ୍ଟ 

ପର୍ଶୁରାମ,ଅନ୍ନପୂର୍ଣ୍ଣା,ଜୟଦେବ

ଜୟନ୍ତୀ ଏହି ତିଥିରେ

ବଦ୍ରିନାଥ ଧାମ ମଧ୍ୟ ଏହି ଦିନ

ଖୋଲା ବିଧି ବିଧାନ ରେ

ବଳରାମ-ରେବତୀ ବିବାହୋତ୍ସବ

ପାଳନ ଏହି ତିଥିରେ

ଷଠି ବୁଢ଼ୀ ପୂଜା ଆରାଧନା ବିଧି

ରହିଛି ଏହି ଦିନରେ

ବେଦବ୍ୟାସ ଓ ଶ୍ରୀଗଣେଶ ଦ୍ଵାରା

ମହାଭାରତ ରଚନା

ଅକ୍ଷୟ ତୃତୀୟା ତିଥିରେ ଆରମ୍ଭ 

ପୁରାଣେ ଅଛି ବର୍ଣ୍ଣନା 

ବୃନ୍ଦାବନ ସ୍ଥିତ ବାଙ୍କ ବିହାରୀଙ୍କ

ହୁଏ ଚରଣ ଦର୍ଶନ

ବର୍ଷକରେ ଥରେ ମାତ୍ର ଉପଲବ୍ଧ

ଅକ୍ଷୟ ତୃତୀୟା ଦିନ


ସମୃଦ୍ଧି ଓ ସୌଭାଗ୍ୟର ଏହି ତିଥି

ବିଶ୍ୱାସ ଅଛି ମନରେ

ସ୍ଵର୍ଣ୍ଣ କ୍ରୟ କଲେ ଲକ୍ଷ୍ମୀ ଆଗମନ

ପରମ୍ପରା ସମାଜରେ

ଅକ୍ଷୟ ତୃତୀୟା କୃଷକ ଦିବସ

ଘୋଷଣା ଆମ ରାଜ୍ୟରେ

କୃଷକଙ୍କୁ ସମ୍ମାନ ଓ ଉତ୍ସାହିତ

ଏ ଦିବସ ଆଧାର ରେ

ଅନେକ ଗୁରୁତ୍ଵ ମହତ୍ତ୍ଵ ଜଡ଼ିତ

ଅକ୍ଷୟ ତୃତୀୟା ସହ

ଚନ୍ଦନ ଯାତ୍ରା ଓ ଅକ୍ଷି ମୁଠି କଥା

ମୁଖ୍ୟ ପ୍ରସଙ୍ଗ ସହ

ଅକ୍ଷୟ ତୃତୀୟା ଦିନ ଶୁଭ କାମ

ଖୁସି ଓ ଶ୍ରଦ୍ଧାରେ ହେଉ

ଆମର ସଂସ୍କୃତି ପୁଣି ପରମ୍ପରା

ସର୍ବଦା ବଜାୟ ରହୁ.....।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama