STORYMIRROR

Basanti lata Jena

Abstract

4  

Basanti lata Jena

Abstract

ଭୋକ

ଭୋକ

1 min
293


ବଂଚିବା ପାଇଁ କି ଆହାର ଜରୁରୀ 

    ପେଟ ଜଳଇ ଭୋକରେ 

ଖାଦ୍ୟ ନ ମିଳିଲେ ପେଟର ବିକଳ 

    ଜଳୁ ଥାଏ ଯନ୍ତ୍ରଣାରେ   l1l


କିଏ ଭୋଗ କରେ ଛପନ ଆହାର 

   ରାଜ ଉଆସରେ ଥାଇ 

କାହା ପେଟ ଜଳେ ମୁଠେ ଅନ୍ନ ପାଇଁ 

   ଭଙ୍ଗା କୁଡ଼ିଆରେ ରହି   l2l


କାହାର ଭୋକ ତ ଧନ ଦଉଲତ 

    ସମ୍ପତି ବଢିବା ପାଇଁ 

କାହାର ଭୋକ ତ ରାଜ ନେତା ହୋଇ 

   ଶାସନ କରିବା ପାଇଁ    l3l


କାହାର ଭୋକ ତ ଅଫିସର ହୋଇ 

    ବସିବାକୁ ଉଚ୍ଚାସନ 

କାହାର ଭୋକ ତ ଚାଖଣ୍ଡେ କନାରେ 

     ଲଜ୍ଜା ଢାଙ୍କିବାରେ ମନ  l4l


ଛୋଟ ପିଲାଙ୍କୁତ ଭୋକ ହେଉଥିଲେ 

    ମାଆ ମାଆ ଡାକ ଦିଏ 

ମା'ର ଶରଦ୍ଧା ଅନ୍ନ ଯେ ପରସା 

   ପିଲା ତୃପ୍ତି ହୋଇ ଯାଏ   l5l


ଯଉବନ ଭୋକ ମନ ଗହନର 

    ଦେହ ମନ ଜାଳି ଦିଏ 

ପ୍ରେମର ପ୍ରଣୟ ପ୍ରତାରଣା ହେଲେ 

     କାନ୍ଦୁ କାନ୍ଦୁ ଦିନ ଯାଏ  l6l


କାହାର ଭୋକ ଯେ ଭକ୍ତି ଉପାସନା 

    ଦେଖିବାକୁ ପରମ ବ୍ରହ୍ମ 

ବର୍ଷ ବର୍ଷ ଧରି ତପସ୍ୟା କରନ୍ତି 

   ଉଚ୍ଚାରଣ ହରି ନାମ     l7l


କେଉଁ ଭକ୍ତ ଗଣେ ଅଭଡ଼ା ଭୁଞ୍ଜଇ 

   ଟଙ୍କ ତୋରାଣିରେ ମନ 

ସଭିଙ୍କର ଭୋକ ଭିନ୍ନ ଭିନ୍ନ ଥାଏ 

    ମନ ହୁଏ ଉଚ୍ଚାଟନ     l 8l 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract