ଜହ୍ନ ଆଖିରେ ଲୁହ
ଜହ୍ନ ଆଖିରେ ଲୁହ
ଶୁକ୍ଳ ପକ୍ଷ ରାତି ହସି ଉଠେ ଜହ୍ନ
ନୀଳ ଆକାଶରେ ଥାଇ
ତାରା ପୁଞ୍ଜ ସାଥେ ହସି ଖେଳୁ ଥାଏ
ପୃଥିବୀକୁ ଚାହିଁ ଚାହିଁ l୧ l
ଅମାବାସ୍ୟା ରାତି ଯେବେ ଆସି ଯାଏ
ଲୁହ ଆସେ ତା ଆଖିରେ
ପୃଥିବୀ ବାସୀଙ୍କୁ ଦେଖି ପାରେ ନାହିଁ
ନୟନରୁ ଲୁହ ଝରେ। l୨l
ନୀଳ ଆକାଶରେ ଜହ୍ନ ମାମୁଁ ଦେଖି
ବାଦଲ କରଇ ହଟ
କଳା ବଉଦକୁ ଘୋଡାଇ ରଖେ ସେ
ନ ଛଡାଇ ତାକୁ ବାଟ l୩l
ଜହ୍ନର ହୃଦ ୟେ କୋହ ଭରି ଯାଏ
ପବନକୁ ଥାଏ ଚାହିଁ
ସୁମରଣା କରେ ପବନ ଦେବଙ୍କୁ
ବାଦଲ କପଟ ପାଇଁ l୪l
ବିଜ୍ଞନ ଯୁଗରେ ବିଜୁଳି ଆଲୁଅ
ଝଲ ମଲ ଦିଶୁଅଛି
ଗାଁ ଠୁ ସହର ସୁନ୍ଦର ଦିଶୁଛି
ଜହ୍ନର ଭାଉ କମିଛି l୫l
ମା କୋଳରେ ଶିଶୁ ରୋଦନ କରଇ
ଅଭିଳାଶ ପୂର୍ଣ୍ଣ ପାଇଁ
ଜହ୍ନକୁ ଦେଖାଇ ମା ତୁନି କରେ
ଆଉ ସେ କଥା ତ ନାହିଁ l ୬l
କୁଆଁର ପୁନେଇଁ ପଞ୍ଚୁକ ପୁନେଇଁ
ଅବା କରାମା ଚଉଠ
ଅଗଭଳି ଜହ୍ନ ଶୋଭା ପାଉନାହିଁ
ବିଜୁଳି ଉଗାଳେ ବାଟ l୭
ଜହ୍ନ ଆଲୁଅରେ ପଥିକ ଚାଲୁନି
ନ ଫୁଟଇ ଜଳେ କଇଁ
ଗାଡିଆ ପୋଖରୀ ଦଳ ସଫା ହୁଏ
ଜହ୍ନ କନ୍ଦେ କଇଁ କଇଁ। l