STORYMIRROR

Basanti lata Jena

Fantasy

3  

Basanti lata Jena

Fantasy

ଜହ୍ନ ଆଖିରେ ଲୁହ

ଜହ୍ନ ଆଖିରେ ଲୁହ

1 min
168


ଶୁକ୍ଳ ପକ୍ଷ ରାତି ହସି ଉଠେ ଜହ୍ନ

    ନୀଳ ଆକାଶରେ ଥାଇ

ତାରା ପୁଞ୍ଜ ସାଥେ ହସି ଖେଳୁ ଥାଏ

   ପୃଥିବୀକୁ ଚାହିଁ ଚାହିଁ    l୧ l


ଅମାବାସ୍ୟା ରାତି ଯେବେ ଆସି ଯାଏ

   ଲୁହ ଆସେ ତା ଆଖିରେ

ପୃଥିବୀ ବାସୀଙ୍କୁ ଦେଖି ପାରେ ନାହିଁ

   ନୟନରୁ ଲୁହ ଝରେ।  l୨l


ନୀଳ ଆକାଶରେ ଜହ୍ନ ମାମୁଁ ଦେଖି

   ବାଦଲ କରଇ ହଟ

କଳା ବଉଦକୁ ଘୋଡାଇ ରଖେ ସେ

    ନ ଛଡାଇ ତାକୁ ବାଟ    l୩l


ଜହ୍ନର ହୃଦ ୟେ କୋହ ଭରି ଯାଏ

   ପବନକୁ ଥାଏ ଚାହିଁ

ସୁମରଣା କରେ ପବନ ଦେବଙ୍କୁ

   ବାଦଲ କପଟ ପାଇଁ     l୪l


ବିଜ୍ଞନ ଯୁଗରେ ବିଜୁଳି ଆଲୁଅ

   ଝଲ ମଲ ଦିଶୁଅଛି

ଗାଁ ଠୁ ସହର  ସୁନ୍ଦର ଦିଶୁଛି

     ଜହ୍ନର ଭାଉ କମିଛି    l୫l


ମା କୋଳରେ ଶିଶୁ ରୋଦନ କରଇ

    ଅଭିଳାଶ ପୂର୍ଣ୍ଣ ପାଇଁ

ଜହ୍ନକୁ ଦେଖାଇ ମା ତୁନି କରେ

   ଆଉ ସେ କଥା ତ ନାହିଁ   l ୬l


କୁଆଁର ପୁନେଇଁ ପଞ୍ଚୁକ ପୁନେଇଁ

   ଅବା କରାମା ଚଉଠ

ଅଗଭଳି ଜହ୍ନ ଶୋଭା ପାଉନାହିଁ

    ବିଜୁଳି ଉଗାଳେ ବାଟ    l୭


ଜହ୍ନ ଆଲୁଅରେ ପଥିକ ଚାଲୁନି

   ନ ଫୁଟଇ ଜଳେ କଇଁ

ଗାଡିଆ ପୋଖରୀ ଦଳ ସଫା ହୁଏ

   ଜହ୍ନ କନ୍ଦେ କଇଁ କଇଁ।    l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy