STORYMIRROR

Bidyadhar Mantry

Abstract Classics Others

3  

Bidyadhar Mantry

Abstract Classics Others

ବଣଭୋଜି ବେଶ

ବଣଭୋଜି ବେଶ

1 min
188


ଶ୍ରୀକ୍ଷେତ୍ର ଶ୍ରୀମନ୍ଦିରରେ ଅନେକ ପର୍ବ ସହିତ

ମନ ଆକର୍ଷଣ-କାରୀ ବେଶ 

ଶ୍ରୀକୃଷ୍ଣ ଲୀଳା ଅନୁଯାୟୀ ଅନେକ ବେଶଭୂଷା

ପ୍ରଭୁଙ୍କ ଲୀଳା ହୁଏ ପରକାଶ

ଶ୍ରୀ ବଳଭଦ୍ରଙ୍କୁ ବଳରାମ ରୂପେ ଗ୍ରହଣ ହେଉଛି ଶ୍ରୀଜଗନ୍ନାଥଙ୍କୁ କୃଷ୍ଣ ରୂପେ

ଗୋପ-ଲୀଳା କୁ ସ୍ମରଣ କରି ଭକ୍ତି ଭାବ ଆସେ

ଭକ୍ତଙ୍କର ହୃଦୟରେ ଆପେ।


ଭାଦ୍ରବ କୃଷ୍ଣ ପକ୍ଷ ଦଶମୀ ତିଥିରେ ପାଳନ

ହେଉଅଛି ବଣଭୋଜି ବେଶ

ଗୋପ ଲୀଳା ସମୟରେ କୃଷ୍ଣ-ବଳରାମ କଥା

ପୁଣି ଗାଈ ଚରାଇବା ଦୃଶ୍ୟ

ଦ୍ଵାପର ରେ ଆଶ୍ଚର୍ଯ୍ୟ ଓ କଳିରେ ଐଶ୍ୱର୍ଯ୍ୟ ଲୀଳା

ଶ୍ରୀକ୍ଷେତ୍ରରେ ଦାରୁ-ରୂପୀ

ରତ୍ନ ସିଂହାସନେ ଥାଇ ଅଳଙ୍କାରରେ ଭୂଷିତ

ଅଳଙ୍କାର ପ୍ରିୟ ବିଷ୍ଣୁ-ରୂପୀ।


ଗୋପ ପୁର ଦୃଶ୍ୟ ପରି ଗାଈ ବାଛୁରୀ ସହିତ

ଠେକା ଓ କାଷ୍ଠ ବାଡି ରଖି 

ଶିକାରେ ଖୁଆ ପେଡା ଓ କାଠର ଗାଈ ବାଛୁରୀ

କଳା କାହ୍ନୁ ମନଲାଖି।


କୃଷ୍ଣ ଭାବାତ୍ମକ ବେଶ କେଡେ ମନୋହର ସତେ

ଦର୍ଶନରେ ପରମ ସନ୍ତୋଷ

ରତ୍ନ ସିଂହାସନରେ ସ୍ୱର୍ଣ୍ଣ ଅଳଙ୍କାର ପିନ୍ଧିଣ ହୋଇଥାନ୍ତି ବଣଭୋଜି ବେଶ।


କୃଷ୍ଣ ମୟ ଶ୍ରୀକ୍ଷେତ୍ର ଭାଦ୍ରବ ର କୃଷ୍ଣ ପକ୍ଷରେ

ଅଷ୍ଟମୀ କୃଷ୍ଣ ଜନ୍ମ ଦିନ 

ନବମୀରେ ନନ୍ଦୋତ୍ସବ ଦଶମୀରେ ବଣଭୋଜି

ଏକାଦଶୀ କାଳୀୟ ଦଳନ

ଦ୍ଵାଦଶୀରେ ହୁଅଇ ପ୍ରଳମ୍ବାସୁର ବଧ ବେଶ 

ଶ୍ରୀକ୍ଷେତ୍ର ବିଧି ବିଧାନ।


ତ୍ରୟୋଦଶୀ ଦିନ ହୁଏ କୃଷ୍ଣ ବଳରାମ ବେଶ 

ଚତୁର୍ଦ୍ଦଶୀ ରୁ କୃଷ୍ଣ ଲୀଳା

ଶ୍ରୀକ୍ଷେତ୍ର ସାହି ଭିତରେ ବକା-ଅଘା ସୁର ବଧ

କୃଷ୍ଣ ପକ୍ଷ କୃଷ୍ଣ ଲୀଳା।


ଧନ୍ୟ ମହାପ୍ରଭୁ ତୁମ କୃଷ୍ଣ ଲୀଳାର ବର୍ଣ୍ଣନ

ଶ୍ରୀକ୍ଷେତ୍ରରେ ଗୋପପୁର

ସେହି ଲୀଳା ଆଉ ବେଶ ଦେଖି ଧନ୍ୟ ହୁଏ ଆଖି

ଧନ୍ୟ ମହିମା ତୁମର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract