Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Smitarani Barik

Classics

3  

Smitarani Barik

Classics

ହସର ପାରବାର

ହସର ପାରବାର

1 min
116



ହସ ମଣିଷର ଆହ୍ଲାଦ ପଣ ର ଏକ

ଆବେଗ ମୟ ଅନୁଭବ, ବରଦାନ 

ଈଶ୍ବରଙ୍କ, ଧରେ ହସ ଓଠ ଧାରରେ

ଆଣିଦିଏ ଖୁସି ଓ ଆନନ୍ଦର ସୁଖଦ 

ଅନୁଭବ, ପରିତୃପ୍ତି ର ମଣିଷ ଜୀବନରେ ।


ସୁନ୍ଦର ସଂପର୍କ ଟିଏ ଗଢି ପର କୁ କରେ

ଆପଣାର, ଶତୃ କୁ କରେ ମିତ୍ର,ବଳ ନ କରି

ପ୍ରୟୋଗ, ଜୟ କରି ହୁଏ ଶତୃ କୁ ମଣିଷ 

ହୋଇ ଯାଏ ଦୁର୍ବଳ, ଶତୃ ମିତ୍ରତା ରେ ।


ଦୁଃଖ ଭିତରୁ ସୁଖ କୁ କରେ ଅନ୍ବେଷଣ ନିଜ

ପରିବାର ଓ ସମାଜ ର ପରିଧି ଭିତରୁ

ସାଉଁଟି ଆଣେ ସୁଖ ର ଫୁଲ ରେ, ଶିକ୍ଷା 

କରେ ବଂଚି ବାର କଳା ଜୀବନ ରେ ।


ଅନେକ ଘାତ ପ୍ରତିଘାତ ଦୁଃଖ ବିଷାଦ ର

ଆଶା ଓ ନିରାଶା ର ଧୁଳି ଝଡ କୁ କରି

ସାମ୍ନା, ଭାଙ୍ଗି ପଡୁଥିବା ବିଷର୍ଣ୍ଣ ମନ ଖୋଜେ

ହସ ହସ ସ୍ନେହପୂର୍ଣ ଆଶ୍ବାସନାର ମିଠା କଥା ।


ମଣିଷ କୁ ପୁଣି ଅଣ୍ଟା ସଳଖି ଠିଆ ହେବାକୁ

ଦିଏ ପ୍ରେରଣା, ହସ ର ଅମୃତ ମୟ ଶକ୍ତି 

ହୃଦୟ ଛୁଇଁ ଆସୁଥିବା ଛାତି ତଳେ ଜମାଟ

ବାନ୍ଧିଥିବା ପରସ୍ତ ପରସ୍ତ ଓଜନିଆ ଦୁଃଖର 

ବୋଝ କୁ ତରଳାଇ ପାଣି ପରି ବୋହି ନିଏ ।


ଦୂରକୁ ବହୁ ଦୂରକୁ ସୁଖୀ ଜୀବନ ଟିଏ ବଂଚି 

ବାର, ଏକମାତ୍ର ମହୌଷଧି ମନ ଖୋଲା ହସ, 

ଆଜି ଦୁଃର୍ଲଭ ମଣିଷ ଓଠ ରେ ହୃଦୟ ଛୁଆଁ 

ମନଖୋଲା ହସ, ଝରୁଛି କୃତ୍ରିମ ହସ ସମସ୍ତେ 

ପାରନ୍ତି ନାହିଁ ହସି ମନଖୋଲା ହସ ଜୀବନରେ ।


ଆଜିର ବ୍ୟସ୍ତ ବହୁଳ ଚାପଗ୍ରସ୍ତ ଜୀବନ ରେ ନାହିଁ

ସମୟ ହସିବାକୁ କାହା ପାଖ ରେ ହୃଦୟରୁ ସ୍ମିତ 

ହାସ୍ୟ ଟିକେ ବି ନାହିଁ କହା ମୁହଁ ରେ ଆଜିକାଲି  

ଜଣା ନାହିଁ ହସିବା କଳା, ଇଚ୍ଛା ନାହିଁ କାହାର

ବାଣ୍ଟି ବାକୁ ସୁଖ ଦୁଃଖ ଓ ହସର ପାରାବାର ।


ଧନ ସଂପତ୍ତି ପ୍ରତିପତ୍ତି ବିଳାସ ମୟ ଜୀବନ 

ପଛରେ ଧାଇଁ ଧାଇଁ ମଣିଷ ଛାଡି ଆସିଛି 

ଯୌଥ ପରିବାର,ସହଯୋଗ ର ହାତ ବଢାଉ

ଥିବା ପରିବାର ଓ ସଂପର୍କୀୟଙ୍କ ସହାୟତା ।


      


Rate this content
Log in

Similar oriya poem from Classics