STORYMIRROR

Bijoy Jena

Classics Inspirational Others

3  

Bijoy Jena

Classics Inspirational Others

ଶବରୀ ଓ ଶ୍ରୀରାମ

ଶବରୀ ଓ ଶ୍ରୀରାମ

1 min
328


ଶବରୀ ଜଣଙ୍କ   ଭିଲ ଜନଜାତି

        ବୟସେ ବୃଦ୍ଧା ମହିଳା

ଯୁବତୀ ସମୟେ   ବିବାହ ନ କରି

        ପଶୁ ବଧେ ନିଉଛଳା !


ତାଙ୍କ ବିବାହରେ   ପ୍ରଥା ଅନୁଯାୟୀ

       ଏତେ ପଶୁ ବଧ ହେବେ

ମନରେ ତାଙ୍କର    ବୈରାଗ୍ୟ ଆସିଲା

        ବିହାହ ଠୁଁ ଦୂରେ ଯିବେ !


ବନସ୍ତେ ଚାଲିଲେ    କର୍ମ ବି କରିଲେ

       ଲୁଚି ଲୁଚି ଆଶ୍ରମରେ

ମତଙ୍ଗ ଋଷିଙ୍କ    ନିତ୍ୟ ସେବା କରି

       ମହିଲେ ତାଙ୍କୁ ଭକ୍ତିରେ !


ଭୀଲ ଜାତି ବୋଲି    ଋଷି ମହୋଦୟ

        କରିଲେନି ଜମା ଘୃଣା

ଅନୁକମ୍ପା କରି    ଆଶ୍ରମ ନିକଟେ

        କୁଡ଼ିଆ କଲେ ସ୍ଥାପନା !


ସଦା ଗୁରୁଭକ୍ତି     ଭଗବଦ ଶକ୍ତି

         ଦେଖି ଗୁରୁ ହୋଇ ପ୍ରୀତ

କହିଲେ ହେ ପୁତ୍ରୀ    ଦେଖିବୁ ନୟନେ

       ଦିନେ ଶ୍ରୀରାମଙ୍କୁ ଏଠି !


ପ୍ରତି ମୁହୂର୍ତ୍ତରେ    . ସ୍ମରଣ କରିବୁ

       ଆଜାନୁବାହୁ ଶ୍ରୀରାମ

ଅନୁଜ ଲକ୍ଷଣ    ସତୀ ମାଆ ସୀତା

       ପହଞ୍ଚିବେ ଏ ଆଶ୍ରମ !


ଗୁରୁଙ୍କ ବାଣୀରେ     ପ୍ରଭାବିତ ହୋଇ

       ରହିଲା ବାଟକୁ ଚାହିଁ

ଅନ୍ତର୍ଜାମୀ ରାମ    ଆସିଥିଲେ ଦିନେ

       ଶବରୀ ସାନ୍ନିଧ ପାଇଁ !


ଭକତିରେ ତାଙ୍କୁ    ଖୁଆଇ ସରାଗେ

      ସ୍ଵ ଅଇଁଠା ବରକୋଳି

ଭକ୍ତ ଭଗବାନ     ଶବରୀ ଶ୍ରୀରାମ

        ଆନନ୍ଦରେ କୋଳାକୋଳି।


ଏମିତିକା ପ୍ରଭୁ     ଆମ ଜଗନ୍ନାଥ

        କେତେ ଲୀଳା ସୃଷ୍ଟି କରି

ଜଗତ ପାଳନ୍ତି       ପାବନ କରନ୍ତି

        ଭାବ ବିନୋଦିଆ ହରି!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics