ନିମିତ୍ତ ମାତର
ନିମିତ୍ତ ମାତର


ଆହେ ଜଗନ୍ନାଥ ଜଗତର ନାଥ
ତୁମ ଚରଣେ ନେଇଛି ଶରଣ
ଅଗତିର ଗତି ଆହେ ଜଗତପତି
ତୁମ୍ଭେତ ସବୁରି ତାରଣ ।
ସମସ୍ତ କରମ କରତା ହେ ପ୍ରଭୁ
ଆମ୍ଭେତ ନିମିତ୍ତ ମାତର
ତୁମ୍ଭର ଏବାଣୀ ଯିଏ ହୃଦେ ଧରେ
ହୋଇ ଯାଏ ତାର ତାରଣ।
କରମ କରିଣ କାରଣ ନହୋଇ
ତୁମକୁ ଯେ କରେ ସମର୍ପଣ
ଏ ସଵ ମାୟାରୁ ତାକୁ ତାରି ଦିଅ
ଜନ୍ମ ମୃତ୍ୟୁରୁକର ତାରଣ ।
ସବୁରି ହୃଦୟେ ଵସି ଯଦି
ପ୍ରଭୁ
ସଦ୍ ଵୁଦ୍ଧି ଦିଅନ୍ତ ଜଗାଇ
ମହାମନ୍ତ୍ର ଜପି ଏ ମାୟା ସଂସାରୁ
ସଭିଏଁ ଯାଆନ୍ତେ ତରି ।
ତୁମ୍ଭେ ମାୟାଧର ମାୟା ଲଗାଇଛ
ଆମେ ଅଞ୍ଜାନିନ ପାରୁ ଵୁଝି
ଅଳିକ ସ'ସାରେ ଘାଣ୍ଟି ହେଉଅଛୁ
ତୁମେ ତଞ୍ଜାନର ମଞ୍ଜି ।
ତୁମରି ପାଦକୁ ଆଶ୍ରା କରେ ଯିଏ
ଅଳିକ ସଂସାରୁ ଯାଏ ତରି
ତୁମେ ଦୟାକଲେ ମୁକ ଲଙ୍ଘେ ଗିରି
ତୁମେ ଭକତଙ୍କର ଅଟ ଶିରି।