ପ୍ରଶ୍ନ..
ପ୍ରଶ୍ନ..
ସେଦିନ ର ଏମିତି ଦେଖା ରେ ମୁଁ ହଜିଯାଇଥିଲି
ତୁମର ସେ ଉନ୍ମୁକ୍ତ ବାହୁ ବନ୍ଧନ ରେ
ସଂସାର ର ସବୁ ସୁଖ କୁ ମୋର ବୋଲି ଭାବିବାର
ସେଇ ଭୁଲ କରିନେଇଥିଲି ମୁଁ
ସବୁ ସପ୍ନ ରେ ଦେଖିବା ର ଏକ ବୁର୍ବାର କାମନା
ମୋତେ ବାରମ୍ବାର ଆନମନା କରୁଥିଲା l
ଆସିଥିଲ ଅତିଥି ହୋଇ ମୋ ଜୀବନ ରେ
କେଇ ଦିନ ର ସପ୍ନ ନେଇ
ତୁମର ସେଇ ନାଲି ପଣତ ରେ
ସ୍ୱପ୍ନ ସବୁ ରଙ୍ଗ ଦେବା ପାଇଁ
ସୌଭାଗ୍ୟ ପାଇଥିଲି କିଛି ସପ୍ନ
କେବଳ ସାଉଁଟି ସାଇତି ରଖିବା ପାଇଁ l
ଭାବିଥିଲି ତୁମେ କେବଳ ମୋର ବୋଲି
ହେଲେ ସପନ ଅବା କେବେ ସତ ହୁଏ ?
ତୁମେ ଚାଲିଗଲ ତୁମରି ନୂତନ ଦୁନିଆ କୁ
ମାୟା ମୋହ ସବୁ ବନ୍ଧନ କୁ ତୁଚ୍ଛ କରି
ମୋର
ସବୁ ଖୁସି ଲୁଟି ନେଲ ତୁମ ସାଥେ
ରହିଗଲ ଏକା ହୋଇ ଚାଲିଗଲ ଆରପାରି l
ପବନ ର ପ୍ରତ୍ୟେକ ସ୍ପର୍ଶ ରେ ଆଜି ମୁଁ ଝୁରେ
ତୁମର ସେ ପଣତ କାନି ର ବାସ୍ନା କୁ
ସବୁବେଳେ ଗୁଞ୍ଜରିତ ହୁଏ ମୋ ଭାବନା ରେ
ତୁମର ସେ ସ୍ନେହ ବୋଲା କଥା
ଯାହା ସାରା ଜୀବନ ରେ ସ୍ମୃତି ହୋଇ ରହିଗଲା
ଆଉ ଖୋଜିଲେ ବି ପାଉନି
ସେ କୋମଳ ଶବ୍ଦ ର ଭାଷା
ସ୍ମୃତି ହୋଇ ରହିଗଲା ମୋ ମନ ଅଗଣା ରେ
ଚିର ଦିନ ପାଇଁ ।
କଥା ଦେଇଥିଲ ସେଇ ପବିତ୍ର ସପ୍ତ ପଦୀ ମନ୍ତ୍ରରେ
ଜନ୍ମ ଜନ୍ମ ର ସାଥି ହୋଇ ରହିବାପାଇଁ
ହେଲେ ସବୁ କଥା କେମିତି ତୁମେ ଭୁଲିଗଲ ?
ଶୋଇ ଗଲ ମୃତ୍ୟୁ ର ସେ ଶୀତଳ ଛାୟାରେ
ନିଜେ ଏକା ହୋଇ ଚିର ଦିନ ପାଇଁ l