STORYMIRROR

Jyotirmoyee Mohanty

Classics

4  

Jyotirmoyee Mohanty

Classics

ମୋ ଆଈ

ମୋ ଆଈ

1 min
257


ଧୋବ ଫର ଫର ଚୁଟିରେ ତାହାର

ପାକୁଆ ପାଟିରେ ପାନ ଖିଲି, 

ଦେଖି ଦେଲେ ମୋତେ ଅତି ସରାଗରେ 

ହସି ଦେଉଥାଏ ଖିଲି ଖିଲି ।


ମୋ ଆଈ ମୋତେ ବହୁ ଆଦର କରେ 

କେତେ ପିଠା-ପଣା, ମିଠା ଖୁଆଏ 

ନ ଖାଇଲେ ମୁହିଁ ଗପ କହି କହି 

ମୋ ମନକୁ ସେ ଭୁଲାଇ ନିଏ ।



ଶୁଆ,ଶାରୀ, ରାଜା,ରାଣୀ, ଘୋଡ଼ା,ହାତୀ 

ମାଙ୍କଡ଼, ବିଲୁଆ, କଜଳପାତି 

ବେଙ୍ଗ,ବେଙ୍ଗୁଲି , ଫୁଲଣୀ, ମାଲୁଣୀ 

ଚମ୍ପାପୁରର ସେ ଚମ୍ପାବତୀ ।



ଭଳିକି ଭଳି ସେ ଗପ କହି ମୋତେ 

ହସାଇ ହସାଇ ଗଡାଉ ଥାଏ, 

ସବୁଠୁ ସରଳ, ସବୁଠୁ ନିରୋଳା 

ମୋ ଆଈର ଭଲ ପାଇବା ଥାଏ ା



Rate this content
Log in

Similar oriya poem from Classics