STORYMIRROR

Rajeev Singhdeo

Classics

4  

Rajeev Singhdeo

Classics

ରାଜା ଲକ୍ଷ୍ମୀ ନାରାୟଣଙ୍କର ଓଡ଼ିଆ

ରାଜା ଲକ୍ଷ୍ମୀ ନାରାୟଣଙ୍କର ଓଡ଼ିଆ

1 min
347

କେରା ଗଡ ରାଜା

ଲକ୍ଷ୍ମୀ ନାରାୟଣ 

ଥିଲେ ବିଦ୍ୟା ପରାୟଣ ,

ସିଂହ ଭୂମିର ସେ

ପ୍ରଥମ ଓଡ଼ିଆ

ଜାତିରେ ରଖିଲେ ଟାଣ ।


ତାଙ୍କ ଅବଦାନେ

ମିଳିଲା ଆମକୁ

ଓଡ଼ିଆର ଚାଟଶାଳୀ ,

ଗୋପବନ୍ଧୁ ସଙ୍ଗେ

ମିଳିତ ଉଦ୍ୟମେ

ବିଦ୍ୟାଳୟ ଥିଲେ ଗଢି ।


ଓଡ଼ିଆରେ କେତେ

କାବ୍ୟ ଓ କବିତା

ରଚନା ସେ କରିଥିଲେ,

ସମ୍ମିଳନୀର ସେ

ଏକାଦଶାଧ୍ୟକ୍ଷ 

ମନୋନିତ ହୋଇଥିଲେ ।


ଦେଶ ସ୍ବାଧୀନର

ପୁର୍ବ ଏ ଅଞ୍ଚଳ

ଓଡ଼ିଶା ବୋଲାଉ ଥିଲା,

ସ୍ଵାଧୀନତା ପରେ

ଆମ ଏ ଅଞ୍ଚଳ

ବିଚ୍ଛିନ୍ନାଞ୍ଚଳ ହୋଇଲା ।


ତତ୍କାଳୀନ ରାଜା

ଲକ୍ଷ୍ମୀ ନାରାୟଣ

ଓଡ଼ିଆର ଯତ୍ନ ନେଲେ ,

ସେହି ପାଇଁ ଆଜି

ବିଚ୍ଛିନ୍ନାଞ୍ଚଳ ରେ

ଓଡ଼ିଆ ହିଁ ରହିଗଲେ ।


ଓଡ଼ିଆ ଭାଷାର

ସଂସ୍କୃତି ସୁରକ୍ଷା

କରୁଥିବା ଆମ ପଣ ,

ସେହି ପାଇଁ ଆଜି

ଭାଷା ରକ୍ଷା ପାଇଁ

ଚାଲିଛି ଆମର ରଣ ।


ଆମ ରାଜାଙ୍କର

ମାନ ମହତକୁ

ଆଖିର ଆଗରେ ରଖି,

ଓତ୍କଳମଣୀ ସେ

ଗୋପବନ୍ଧୁଙ୍କର

ନାଁ ରଖିଥିବା ଲେଖି ।


Rate this content
Log in

Similar oriya poem from Classics