STORYMIRROR

Nrusingha Narayan Tripathy

Classics

4  

Nrusingha Narayan Tripathy

Classics

ନନ୍ଦ ପୁଅ ନଟନାଗର

ନନ୍ଦ ପୁଅ ନଟନାଗର

1 min
316


ସେତ ଦେବକୀ ନନ୍ଦନ  ପ୍ରାଣ ଯଶୋଦାର ଧନ

ଘୋର ଅନ୍ଧକାରେ ଯାତ ଉଜ୍ଜ୍ୱଳ ଚାନ୍ଦ

ସପ୍ତ ଦ୍ଵାର କାରାଗାର ଖୋଲେ ଶିକୁଳି ଲୁହାର

ଗୋପ ଗଲ ତୁମେ ହୋଇ ନନ୍ଦର ନନ୍ଦ

ନନ୍ଦ ପୁଅ ନଟ ନାଗର

ନାଟ ହାଟ ଲୀଳା କଲ ଅଲୌକିକର ll


ପୁତନା ବଗା ଅସୁର  ବଧିଲ ଅନେକ ବୀର

ସ୍ମିତ ହାସ୍ୟ କର ତୁମେ ରଙ୍ଗ ଅଧରେ

ସାଜିଲ ଲବଣୀ ଚୋର ଖାଇଲ ଲହୁଣୀ କ୍ଷୀର

ଭାଙ୍ଗିଲ ଦହି ମାଠିଆ ଗୋପର ପୁରେ 

ନନ୍ଦ ପୁଅ ନଟ ନାଗର

ନାନା ଅଭିଯୋଗ ଆସେ ଗୋପବାସୀ ର ll


ସାଙ୍ଗସାଥି ଗହଣରେ ଗାଈଗୋଠ ପଡିଆରେ

ଖେଳ କୁଦ ନାଚ କର ଯମୁନା କୂଳେ 

କରିକି ଦର୍ପ ଗଞ୍ଜନ କାଳୀୟ କଲ ଦଳନ 

ଗୋବର୍ଦ୍ଧନ ଗିରି ଟେକି ଟେକ ରଖିଲେ 

ନନ୍ଦ ପୁଅ ନଟ ନାଗର

ପାଟିରେ ଯଶୋଦା ଦେଖେ ଛବି ବିଶ୍ୱର ll


ରାଧା ପ୍ରେମେ ରାସ କଲ କୁଞ୍ଜବନେ ପ୍ରୀତି କଲ

ମୟୂର ଚୂଳିଆ କାହ୍ନା ଯେ ବଂଶୀଧର

କଦମ୍ବ ଯମୁନା ସାକ୍ଷୀ ଗୋପାଙ୍ଗନା ରାଧା ସଖି

ବସ୍ତ୍ର ଚୋରୀ କଲ ତୁମେ ଯେ ଚକ୍ରଧର

ନନ୍ଦ ପୁଅ ନଟ ନାଗର

ସଭିଙ୍କର ପ୍ରିୟ ଥିଲ ତୁମେ ଠାକୁର ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics