STORYMIRROR

Nrusingha Narayan Tripathy

Classics Inspirational Others

4  

Nrusingha Narayan Tripathy

Classics Inspirational Others

ଆଜ୍ଞା ନମସ୍କାର

ଆଜ୍ଞା ନମସ୍କାର

1 min
384


ଆଜ୍ଞା ନମସ୍କାର  ପାଇଁ ପୁରସ୍କାର 

   ଭାବ ପ୍ରେମ ଭକତିର 

ତୁମ କଥା ମୋର  ପଡେ ବାରମ୍ବାର

    ତୁମେ ପ୍ରିୟ ସଭିଙ୍କର ll


ତୁମେ କର୍ମବୀର  ତୁମେ ଯେ ସୁନ୍ଦର

    ତୁମେ ଅଟ ଶ୍ରେଷ୍ଠ ନର 

ହୃଦୟ ତୁମର  କେତେ ସରଳର

    ତୁମେ ସବୁ ପାରିବାର ll


ତର୍ଜମା ଗୁଣର ଦେଇ ଉପମାର

    ମନ ତୋଷେ ଚାଟୁକାର

କାର୍ଯ୍ୟ ହାସଲର ଆଜ୍ଞା ନମସ୍କାର

    ତରିକା ଯେ ଫନ୍ଦିବାର ll


ଦେଇ ନମସ୍କାର  ନହେବା କାମର 

    ପଥ ହୁଏ ସୁଗମର

ନୀତି ଅନୀତିର  କରେନି ବିଚାର

    ପାଏ ଯିଏ ନମସ୍କାର ll


ଆଗେ ସମ୍ମାନର ପଛେ କପଟର

    କରେ ପୁଣି ତିରସ୍କାର

କଥାରେ ମଧୁର  ଗୁଣଯେ କଠୋର

    ଦେଖି ଚାହିଁ କାମ କର ll


ପଥ କର୍ତ୍ତବ୍ୟର ସଦା ନିର୍ମଳର

   ନୀତି ରୀତି ସାଧୁତାର

ନୁହେଁ ଭୁଲିବାର ଯେ ସତ୍ୟ ଧର୍ମର

   କର୍ମ ଏକା ଆପଣାର ll


ଶୁଣି ନମସ୍କାର କରନି ନିଜର

   ଅନ୍ତରାଳେ ଠକିବାର

ଉଦ୍ଦେଶ୍ୟ ତାହାର ଆଗେ ଚିନ୍ତାକର

   ପରୀକ୍ଷା କର ଭକ୍ତିର ll


ଆଜ୍ଞା ନମସ୍କାର ଆଜ୍ଞା ନମସ୍କାର

   ଉକ୍ତି ଅଟେ ଭିଲେନର

ଅତି ଭକ୍ତି ଚୋର ଲକ୍ଷଣ ତାହାର

   ବୁଝେ ଯିଏ ମହାନର ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics