ଖୁସିର ଜୀବନ ତତ୍ତ୍ୱ
ଖୁସିର ଜୀବନ ତତ୍ତ୍ୱ
ଭରସା ଅଛି, ସମୟ ଭଲ ଥିଲେ,
ମୁଁ ଖୁବ୍ ସୁରକ୍ଷିତ
ନିର୍ଦ୍ବନ୍ଦ୍ୱରେ କଟାଇବି ଦିନ ନହୋଇ
କେବେ ଅସ୍ତବ୍ୟସ୍ତ ।
ବିନା କାମ ନକରି କେବେ ସମୟ
ନଷ୍ଟ ନକରିବି
କୌଣସି ଦୁଃଖ ବିଷୟେ ହୃଦୟକୁ
କେବେ ନନେବି ।
ଭାସି ଯିବିନି କେବେ ମୁଁ ଦିନର ମିଛ
ସପନ ଭିତରେ
କାରଣ ଆଖି ପିଛୁଳାକେ ସପନ ଧ୍ୱଂସ
ହୋଇ ପାରେ ।
ମନ ମଧ୍ୟେ ଥିବ ଯଦି ଗୋଟିଏ ମୋହ
ଶୂନ୍ୟ ଆକର୍ଷଣ,
କାହାକୁ ଛାତିରେ ଜଡେଇ ରଖିବାର
ପ୍ରବଣତା ଶୂନ୍ୟ ।
ନଥିବ ଯଦି ସେଥିରେ ଶୋଷ କିମ୍ବା
କିଛି କାମନାର ନିଆଁ
ଛାତିରେ ଭରସାର ଦୀପଟିଏ ଦିକ
ଦିକ ଜଳୁଥିବ ସିନା ।
ନଥିବ ଯଦି ସେଥିରେ କେବେ ମୋର
ଲୁଟି ହେବାର ଭୟ
ସରବ ସମ୍ପର୍କରେ ସ୍ପର୍ଶ କରିବନି ଅଶାନ୍ତି
ର ଝଡ଼ ତ ନିଶ୍ଚୟ ।
ନା ନା ବଳି ପଡ଼ିବ କୌଣସି ମନୁଷ୍ୟର
ସରଳ ନିରୀହ ବିଶ୍ୱାସ !
ଏହା ତ ଅୟୁତ ଯୁଗର କଥା, ସରବ
ହୃଦୟର ଅଟଇ ଶ୍ୱାସ ।
ଜୀବନର ଅର୍ଥ ତ ଆସିବା ଓ ଦିନେ
ଯିବା, ତତ୍ତ୍ୟକୁ ଜାଣିବା
ସବୁବେଳେ ଆନନ୍ଦମୟ ଖୁସିର ଜୀବନ
ଯାପନ କରି ପାରିବା ।
